csstore

ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ୍‌ : ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏବଂ ବିବୃତ୍ତିର ଉତ୍ତାପ ରାଜନୈତିକ ତାପମାତ୍ରାକୁ ଆହୁରି ବଢ଼ାଉଛି । ସୋମବାର ଦିନ ନନ୍ଦିଗ୍ରାମ ଆସନରେ ତ୍ର୍ରୁଣମୂଳ କଂଗ୍ରେସ ପ୍ରାର୍ଥୀ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଶୁଭେନ୍ଧୁ ଅଧିକାରୀଙ୍କ ପିତାଙ୍କ ମଧ୍ୟରେ ତୀବ୍ର ବାକ୍‌ ସଂଘର୍ଷ ହୋଇଥିଲା । ପୂର୍ବ ମେଦିନୀପୁର ଜିଲ୍ଲାର ଏହି ସମ୍ମାନଜନକ ଆସନରେ ପ୍ରବଳ ମାତ୍ରାରେ ପ୍ରଚାର ଚାଲିଛି, ଯାହା ମଙ୍ଗଳବାର ସନ୍ଧ୍ୟାରେ ଶେଷ ହେବ, କାରଣ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ଏପ୍ରିଲ ୧ରେ ହେବ ।

ମମତାଙ୍କୁ ଟାର୍ଗେଟ କରି ଶୁଭେନ୍ଦୁ ଆଧିକାରୀ କହିଛନ୍ତି ଯେ, ଟିଏମସି ପ୍ରାଇଭେଟ୍‌ ଲିମିଟେଡର ମାଲିକ ନନ୍ଦିଗ୍ରାମରେ ଅଛନ୍ତି ଏବଂ ତାଙ୍କ ପାଦରେ ବ୍ୟାଣ୍ଡେଜ୍ ଅଛି। ସେ କହିଛନ୍ତି, ମୁଁ ମମତା ବାନାର୍ଜୀଙ୍କୁ ଉତ୍ତର ଦେବି ନାହିଁ, ସେ ଭୁଲ ଭାଷା ବ୍ୟବହାର କରନ୍ତି । ତାଙ୍କର ଭାଷଣ ଏଠାରେ କୌଣସି ପ୍ରଭାବ ପକାଇବ ନାହିଁ । ସେ ଉପଯୁକ୍ତ ଉତ୍ତର ପାଇଯିବେ । ସେ ଏଠାରୁ ପଳାୟନ କରି ଇତିହାସ ସୃଷ୍ଟି କରିବେ ।

jayashree
Leave A Reply

Your email address will not be published.