
ନୂଆ ଏନ୍ଆଇଏ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦିନ୍କର ଗୁପ୍ତା

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍ ଅଧିକାରୀ ଦିନ୍କର ଗୁପ୍ତାଙ୍କୁ ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଗୁପ୍ତା ହେଉଛନ୍ତି ପଞ୍ଜାବ କ୍ୟାଡର୍ର ୧୯୮୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ । କ୍ୟାବିନେଟ୍ ନିଯୁକ୍ତି କମିଟି (ଏପିସି) ଗୁପ୍ତାଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛି । ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସମ୍ଭାଳିବେ । ଏହାବ୍ୟତୀତ ସ୍ୱାଗର ଦାସଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ସ୍ୱତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା) ଭାବେ ନିଯୁକ୍ତ କରାଯାଇଛି । ଛତିଶଗଡ଼ କ୍ୟାଡର୍ର ୧୯୮୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଦାସ ଏବେ ଗୁଇନ୍ଦା ବ୍ୟୁରୋରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ରହିଛନ୍ତି । ୨୦୨୪ ନଭେମ୍ବର ୩୦ ପର୍ଯ୍ୟନ୍ତ ଦାସ ନୂଆ ଦାୟିତ୍ୱ ସମ୍ଭାଳିବେ ।