ମୁମ୍ବାଇ : ଜଣାଶୁଣା ଫିଲ୍ମ ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ କହିଛନ୍ତି, କେହି ବି ଜୋର୍ ଜବର୍ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତିନି । ‘କାର୍ଗୋ’ ଏବଂ ‘ଦ ଗାନ୍ ଗେମ୍’ ଭଳି ଡିଜିଟାଲ୍ ରିଲିଜ୍ରେ ଦର୍ଶକଙ୍କୁ ବିମୋହିତ କରିଥିବା ଫିଲ୍ମ ଅଭିନେତ୍ରୀ ଶ୍ୱେତା କହିଛନ୍ତି, କଙ୍ଗାନାଙ୍କ ଏହା ଭ୍ରମ ଯେ ଅଭିନେତ୍ରୀମାନଙ୍କୁ କାମ ପାଇବା ପାଇଁ କିମ୍ବା ନିଜର କ୍ୟାରିଅର ଗଢ଼ିବା ପାଇଁ କାହା ସହ ସଂପର୍କ ସ୍ଥାପନ କରିବାକୁ ପଡ଼ୁଥିଲା ଏବଂ କେତେକ କ୍ଷେତ୍ରରେ ବୁଝାମଣା ବି କରିବାକୁ ପଡ଼ୁଥିଲା । ଏମିତି କିଛି ନାହିଁ କିମ୍ବା ବଲିଉଡ଼୍ ଏଭଳି କାମ କରେ ନାହିଁ ବୋଲି ଶ୍ୱେତା ସ୍ପଷ୍ଟ କହିଛନ୍ତି । ଶ୍ୱେତା ଆଇଏଏନ୍ଏସ୍କୁ କହିଛନ୍ତି, ଫିଲ୍ମ ଉଦ୍ୟୋଗର ଅଧା ଲୋକେ ନିଶା ନିଅନ୍ତି ବୋଲି ଯେଉଁ ଆଲୋଚନା ଚାଲିଛି କିମ୍ବା ଅଭିନେତ୍ରୀମାନଙ୍କୁ କାମ ପାଇବା ପାଇଁ ଯେଉଁଭଳି ଅଗ୍ରହଣୀୟ ସ୍ଥିତି ସହ ବୁଝାମଣା କରିବାକୁ ହୁଏ ବୋଲି ହୋ-ହାଲ୍ଲା କରାଯାଉଛି, ତାହା ଆମର ବଲିଉଡ଼୍ରେ ନାହିଁ । ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ, କେହି ବି ଜୋର୍ ଜବର୍ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତି ନାହିଁ । ଯଦି କେହି ଡ୍ରଗ୍ସ ନେବାକୁ ଚାହୁଁଛି, ତେବେ ସେ ଯେମିତି ହେଲେ ଡ୍ରଗ୍ସ ନେବ । ସେ ମୁମ୍ବାଇର ହୋଇପାରେ କିମ୍ବା ଦେଶର ଅନ୍ୟ କୌଣସି ଛୋଟବଡ଼ ସହରର ବି ହୋଇପାରେ । ଏଥିରେ ମୁମ୍ବାଇର କୌଣସି ଭୂମିକା ନାହିଁ । ସେ ଦେଶର ସମସ୍ତ ମାତାପିତାଙ୍କୁ କହିଛନ୍ତି ଯେ, ସମସ୍ତେ ନିଜ ନିଜ ସନ୍ତାନଙ୍କ ଲାଳନ ପାଳନରେ ସେମାନଙ୍କ ନୈତିକତା ସହ ମାନସିକ ସୁସ୍ଥତା ଉପରେ ବେଶ୍ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ।
Next Post