କଙ୍ଗନାଙ୍କ ଡ୍ରଗ୍ସ କେସ୍‌ ତଦନ୍ତ କରିବ ମୁମ୍ବାଇ ପୁଲିସ

ମୁମ୍ବାଇ : କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ କେସ୍‌ର ତଦନ୍ତ ହେବ । ମହାରାଷ୍ଟ୍ର ସରକାର ତଦନ୍ତର ଆଦେଶ ଦେଇଛନ୍ତି । ତେବେ ମୁମ୍ବାଇ ପୁଲିସକୁ ତଦନ୍ତର ଦାୟତ୍ୱ ପ୍ରଦାନ କରାଯାଇଥିବା ଖବରରେ କୁହାଯାଇଛି । ମୁମ୍ବାଇ ପୁଲିସକୁ ମହାରାଷ୍ଟ୍ର ସରକାରଙ୍କ ତଦନ୍ତ କରିବା ସକାଶେ ଅଫିସଆଲ୍‌ ଚିଠି ମିଳିଛି । ମହାରାଷ୍ଟ୍ରର ଗୃହ ରାଜ୍ୟମନ୍ତ୍ରୀ ଅନୀଲ ଦେଶମୁଖ କଙ୍ଗନା ରନୋତଙ୍କ ଡ୍ରଗ୍ସ ମାମଲା ଉଠାଇଥିବା ବେଳେ ସେ କହିଛନ୍ତି ଯେ, କଙ୍ଗନାଙ୍କ ଏକ୍ସ ବଏ ଫ୍ରେଣ୍ଡ୍‌ ଅଧ୍ୟୟନ ସୁମନଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁର ଆଧାରରେ ଏହି ମାମଲା ଉଠାଯାଇଛି । ତେବେ ଅଧ୍ୟୟନ ସୁମନ ନିଜର ଏହି ଇଣ୍ଟରଭ୍ୟୁରେ କଙ୍ଗନା ଡ୍ରଗ୍ସ ନେଉଥିବା କହିଥିଲେ ବୋଲି କୁହାଯାଉଛି ।

Leave A Reply

Your email address will not be published.