oom

ରାମ ମନ୍ଦିରର ଶିଲାନ୍ୟାସ ବିଭୋର୍ ହେଲେ ‘ସୀତା’ ଭୂମିକାର ଅଭିନେତ୍ରୀ ଦୀପିକା

jsmm

ମୁମ୍ବାଇ, (କେପିଏନ୍ଏସ୍) : ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିରର ଅଯୋଧ୍ୟାରେ ଭୂମିପୂଜନ ହୋଇଛି । ସାରା ଦେଶରେ ଖୁସିର ବାନା ଉଡି ‘ଜୟ ଶୀ୍ରରାମ’ ନାରାରେ କମ୍ପି ଉଠୁଥିବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଶୀ୍ରରାମଙ୍କର ମନ୍ଦିରକୁ ନେଇ ବହୁତ ଗୁଡାଏ ଆନନ୍ଦମୁଖର ପୋଷ୍ଟ ଦେଖିବାକୁ ମିଳୁଛି । ଏହାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଛନ୍ତି । ତେବେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ରାମାନନ୍ଦ ସାଗରଙ୍କର ରାମାୟଣରେ ‘ସୀତା’ ଭୂମିକାରେ ଅଭିନୟ କରି ବେଶ୍ ସୁନାମ ଅର୍ଜନ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ମଧ୍ୟ ଏହାକୁ ନେଇ ବହୁତ ଖୁସି ଅଛନ୍ତି ଏବଂ ସେ ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଟାରେ ଏକ ଭିଡିଓ ସେୟାର୍ କରିଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ସେ ଦୀପ ଲଗାଇ ସେୟାର କରି କହିଛନ୍ତି ଯେ, ଏହା ଆମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ।

jittmm
Leave A Reply

Your email address will not be published.