ପ୍ରାଥମିକ ଉପଚାର ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ସ୍ଥିତ ସରକାରୀ ବାଳିକା ହାଇସ୍କଲ ସହଯୋଗରେ ମହାରାଜା ହାଇସ୍କୁଲ ପରିସରରେ ୮ ଗୋଟି ଜିଲ୍ଲାର ଜୁନିଅର ରେଡକ୍ରସ କାଉନସିଲର ମାନଙ୍କର ଜୋନ ସ୍ତରୀୟ ଚତୁର୍ଦିବସୀୟ ପ୍ରାଥମିକ ଉପଚାର ଶିବିର ଉଦ୍‌ଯାପିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଇପସିତା ମିଶ୍ର ଯୋଗଦେଇ ରେଡକ୍ରସର ଗୋଷ୍ଠୀ ଭିତ୍ତିକ ସେବା କାର୍ଯ୍ୟକ୍ରମରେ ସାମିଲ ହୋଇ ମାନବୀୟ ଗୁଣରେ ସମାଜ ପାଇଁ କାର୍ଯ୍ୟ କରିବାକୁ ଶିବିରାର୍ଥୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ସମ୍ମାନୀତ ଅତିଥି ଭାବରେ ମାଷ୍ଟର ଟ୍ରେନର ଗୁଲସନ କୁମାର ଦାଶ, ପରୀକ୍ଷକ ଡା.ବିଶ୍ୱନାଥ ରଥ, ଭାଇସଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଓଡିଶା ରେଡକ୍ରସ ସୋସାଇଟିର ରାଜ୍ୟ ସଂପାଦକ ସିଟିଏମ୍‌ ସୁଗୁଣା ଓ ଜିଲ୍ଲା ଶକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ମାର୍ଗଦଶନରେ ଜିଲ୍ଲା ସଂପାଦକ ହିମାଂଶୁ ଶେଖର କର ଓ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବା ଉକ୍ତ ଶିବିରରେ କାଉନସିଲରମାନେ ପ୍ରାଥମିକ ଚିକିତ୍ସାର ଲକ୍ଷ୍ୟ, ଉଦ୍ଦେଶ୍ୟ, ଡିଆର୍‌ଏବିସି, ସିପିଆର, କୃତ୍ରିମ ଶ୍ୱାସକ୍ରିୟା, ଶକ୍‌, ମୁର୍ଚ୍ଛା, ହାର୍ଟଷ୍ଟ୍ରୋକ ଭଳି ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ତାଲିମର ଭାଉଚର କୋର୍ସ ପରୀକ୍ଷାରେ ପାସ କରିଛନ୍ତି । ସୋନପୁର ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବୈଦ୍ୟନାଥ କର୍ଣ୍ଣ ସ୍ୱାଗତ ଅଭିଭାଷଣ ଦେଇଥିଲେ । ମହାରାଜ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନାଭ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଘ ସଂଯୋଜନା କରିଥିଲେ । ବରିଷ୍ଠ ସାଧନକର୍ମୀ ଅନୁପ୍ରୀୟା ମିଶ୍ର, ଚନ୍ଦ୍ର ଶେଖର ମହାପାତ୍ର, ଶେଷଦେବ ଛତ୍ର, ପରାମର୍ଶଦାତା ଗୋପେଶ ପଣ୍ଡା, ଶ୍ୟାମ ସୁନ୍ଦର ନାୟକ, ପ୍ରଜ୍ଞାପରିମିତା ମିଶ୍ର, ଦମୟନ୍ତୀ ଜଗଦଲା ପ୍ରମୁଖ ଶିବିରେ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିବିରରେ ସୁବର୍ଣ୍ଣପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ବରଗଡ, ସମ୍ବଲପୁର, ନୁଆପଡା, ସୁନ୍ଦରଗଡ ପ୍ରମୁଖର ୮ଗୋଟି ଜିଲ୍ଲାର ସମସ୍ତ ୨୩ଜଣ ଜୁନିଅର ରେଡକ୍ରସ ପରାମର୍ଶଦାତା ଭାଉଚର କୋର୍ସର ପରୀକ୍ଷାରେ କୃତିତ୍ୱ ହାସଲ କରଥବାରୁ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ସୁବର୍ଣ୍ଣପୁର ଜିଲ୍ଲା ଜନିଅର ରେଡକ୍ରସ ସେ।।ଇଟି ତଥା ସମସ୍ତ ଶିବିରାର୍ଥୀ ମାନଙ୍କୁ ପ୍ରଂଶସା କରିଛନ୍ତି ।

Leave A Reply

Your email address will not be published.