csstore

ଓବିସି ମୋର୍ଚ୍ଚା ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଶା ପ୍ରଦେଶ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳଙ୍କ ଆହ୍ୟାନ କ୍ରମେ ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ୟୁଡିଏସ୍ ପୁର ପଞ୍ଚାୟତର ବେଣୀ ଗୌରୀ ଗ୍ରାମରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଜେପି ବିଧାୟକ ପାର୍ଥୀ ପ୍ରଶାନ୍ତ କୁମାର କର, ସନ୍ତୋଷ ପୁର ମଣ୍ଡଳ ସଭାପତି ସନ୍ତୋଷ ନାହାକ, ଗଞ୍ଜାମ ଏନ୍ଏସି ମଣ୍ଡଳ ସଭାପତି ସୁଦାମ ଜେନା, ଯୁବନେତା କେ. ସନ୍ତୋଷ ରେଡ୍ଡୀ, ପୂର୍ବତନ ସରପଂଚ ସୁକାନ୍ତ ତ୍ରିପାଠୀ, କ୍ଷେତ୍ରବାସୀ ରେଡ୍ଡୀ ପ୍ରମୁଖଙ୍କ ସହ ଗାଁ କମିଟିର ସମସ୍ତ ପଦାଧିକାରୀଙ୍କ ସହିତ ଗ୍ରାମବାସୀମାନେ ଉପସ୍ଥିତ ରହି ଗ୍ରାମର ମୁଖ୍ୟରାସ୍ତାରେ ସଫେଇ କରିଥିଲେ । ଏଠି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇ ସବୁବେଳେ ଗାଁ ଆଖ ପାଖ ପରିଷ୍କାର ରଖିବା ପାଇଁ ଶପଥ ପାଠ କରାଯାଇଥିଲା ।

jayashree
Leave A Reply

Your email address will not be published.