ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ଭେଟି ସମାବେଦନା ଜଣାଇଲେ ମନ୍ତ୍ରୀ ଟୁକୁନି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ ୩୦ ତାରିଖ ଦିନ ଅଟୋ-ଟ୍ରକ ମୁହାଁମୁହିଁ ହେବା ଫଳରେ ସଡ଼କ ଦୁର୍ଘଟଣାରେ ସୁବଳ ସାହୁ ଓ କୈବଲ୍ୟ ମାଝୀଙ୍କ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିଲା । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉକ୍ତ ପରିବାର ଲୋକଙ୍କୁ ଭେଟି ଶୋକ ପ୍ରକାଶ କରିବା ସହ ସମାବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ଅତିରିକ୍ତ ତହସିଲଦାର ଯୁଗେଶ୍ଵର ଧରୁଆ, ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ, ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.