oom

ବାଏଫ ତରଫରୁ ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିର

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ଆମ୍ବପାଳିରେ ଗୋ-ବିକାଶ କେନ୍ଦ୍ର ସିକୁଆଁ ଆନୁକୁଲ୍ୟରେ ଦୁଗ୍ଧ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ୍ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅଭିନାସ ପଟେଲ ଏବଂ ବାଏଫ ପ୍ରଜେକ୍ଟ ଅଫିସର ବିବେକ ସିଂ ଗାଈ ପାଳୁଥିବା ଚାଷୀମାନଙ୍କୁ ଉନ୍ନତମାନର ଶୁକ୍ରାଣୁ ଦ୍ଵାରା କୃତିମ ପ୍ରଜନନ କରାଇ କିପରି ଅଧିକ ମାଇ ବାଛୁରୀ ସୃଷ୍ଟି ହେବେ ସେ ବିଷୟରେ ବୁଝାଇଥିଲେ । କୃମିର ଉପଚାର, ଗାଈ ଗୋରୁର ଗରମ ଲକ୍ଷଣ, ଟୀକାକରଣ ଓ ଘାସ ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଶିବିରରେ ୨୦ଜଣ ଲେଖାଏଁ ପୁରୁଷ ଏବଂ ମହିଳା ଚାଷୀ ଯୋଗ ଦେଇଥିଲେ । କେନ୍ଦ୍ର ଅଧିକାରୀ ଗୋପାଳ ରଣା ସଭା ସଞ୍ଚରଣ କରିଥିଲେ । ପ୍ରାଣୀଧନ ନିରୀକ୍ଷକ କୁତୁର୍ଲା ନୀଳାଦ୍ରି ବେହେରା ଓ ପ୍ରାଣୀଧନ ନିରୀକ୍ଷକ ବଡବନ୍ଧ ରୋଷନ ସାହୁ ଉପସ୍ଥିତ ଥିଲେ । ପରିକ୍ଷଣାର୍ଥି ଇନ୍ଦ୍ରମଣି ବାଗ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.