csstore

ସହରର ବିଭିନ୍ନ ସ୍ଥାନରେ ହିନ୍ଦୁ ସମ୍ମିଳନୀ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୫ ସ୍ଥିତ ଗୋଲ ଘର, ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ସେକ୍ଟର-୧୭ ସମେତ ସହରର ବିଭିନ୍ନ ସ୍ଥାନରେ ଆଜି ହିନ୍ଦୁ ସମ୍ମିଳନୀ ମହା ଆଡମ୍ବରରେ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସମ୍ମିଳନୀ ସ୍ଥଳରେ ବିଦ୍ୟମାନ ଥିବା ଭାରତମାତାଙ୍କ ଫଟୋରେ ମାଲ୍ୟାର୍ପଣ କରିବା ସହ ବିଧିବଦ୍ଧ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଆୟୋଜିତ ଏକ ଧର୍ମସଭାରେ ଯୋଗଦେଇ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ ନିଜ ବକ୍ତବ୍ୟରେ ବସୁଦେବ କୁଟୁମ୍ବକମର ବିଚାର ରଖୁଥିବା ହିନ୍ଦୁ ସମାଜ ନିଜ ଧର୍ମ ଓ ସଂସ୍କୃତିର ସୁରକ୍ଷା ସହିତ ଦେଶର ଏକତା ଓ ଅଖଣ୍ଡତାଜୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସର୍ବଦା ଏହିପରି କାର୍ଯ୍ୟକ୍ରମମାନ ଆୟୋଜନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଆଜିର ଏହି ସମ୍ମିଳନୀ ହିନ୍ଦୁ ସମାଜକୁ ସଙ୍ଗଠିତ କରି ରଖିବା ପାଇଁ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ତନ୍ତୀ ଆଶା ପ୍ରକାଶ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟସ୍ୱୟଂ ସେବକ ସଂଘର ଶଙ୍କର ପଣ୍ଡା, ପ୍ରଭାତ ସାହୁଙ୍କ ସମେତ ସଂଘ ଏବଂ ବିବିଧ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.