csstore

ମୋହନଗିରି ଠାରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

  • ଧବଳେଶ୍ୱର କପ୍ ମୋହନଗିରି ଚତୁର୍ଥ ଦିନରେ ସୁନ୍ଦରଗଡ ବିଜୟୀ

ମ. ରାମପୁର, (ପିକେସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଗ୍ରାମ ଠାରେ ଚାଲିଥିବା ୨୧ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଧବଳେଶ୍ୱର କପ୍‌ ର ଚତୁର୍ଥ ଦିବସରେ କ୍ରିକେଟ ମ୍ୟାଚ୍ ସୁନ୍ଦରଗଡ଼ ଏଵଂ ନୂଆପଡ଼ା ଦଳ ମଧ୍ୟରେ ଗୁରୁବାର ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ମୋହନଗିରି ବନପାଲ ବିଶ୍ୱଜିତ୍ ଠାକୁର, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ବୈଦ୍ୟ ନାରାୟଣ ଭୋଇ, ଅନୁଷ୍ଠାନର ଉପଦେଷ୍ଟା ଶୁକଦେବ ସାହୁ, ଅନୁଷ୍ଠାନର ସଭାପତି ସୂର୍ଯ୍ୟ ନାରାୟଣ ସାହୁ, ଉପ ସଭାପତି ସୁଦାମ ସେଠ୍, ସମ୍ପାଦକ ଦିବାକର ସାହୁ, ସୁନିଲ କୁମାର ଭୋଇଙ୍କ ନେତୃତ୍ୱରେ ଖେଳରେ ନୂଆପଡାଦଳ ଟସ୍ ଜିଣି ବ୍ୟାଟିଂର ନିଷ୍ପତ୍ତି ନେଇ ପ୍ରଥମେ ବ୍ୟାଟିଂ କରି ୧୩.୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୫୬ ରନ୍ ସଂଗ୍ରହ କରିଥିଲା, ୫୬ ରନ୍ କୁ ୪.୪ ଓଭରରେ ଚେଜ୍ କରି କେବଳ ୩ ୱିକେଟ୍ ହରାଇ ସୁନ୍ଦରଗଡ ଦଳ ବିଜୟ ହାସଲ କରିଥିଲା । ମ୍ୟାଚ୍ ରେ ସୁନ୍ଦରଗଡ ଦଳର ଅରୁଣ ପାଣ୍ଡୁ ବ୍ୟାଟିଂ କରି ୬ ବଲ୍ ରେ ୧୪ ରନ୍ ସଂଗ୍ରହ କରି ଏବଂ ବୋଲିଂ ରେ ୩ ଓଭର୍ ରେ ୧୭ ରନ୍ ଦେଇ ୩ ୱିକେଟ୍ ହରାଇ ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଏହି ମ୍ୟାଚ୍ ରେ ସ୍ଵପ୍ନେଶ୍ୱର୍ କର୍ମୀ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ଵ ତୁଲାଇଥିଲେ । ସତ୍ୟ ନାରାୟନ ମହାପାତ୍ର ଏଵଂ ରାଧାକାନ୍ତ ବେହେରା ଅମ୍ପେୟାର ଭାବରେ ଖେଳକୁ ପରିଚାଳନା କରିଥିଲେ । ଏହି ମ୍ୟାଚ୍ ର ଲାଇଭ ଟେଲି କାଷ୍ଟ ସୁରଥ ଦାସ ୟୁ ଟ୍ୟୁବ୍ ଚ୍ୟାନେଲରେ ଉପଲବ୍ଧ ହେଉଛି ବୋଲି ଆୟୋଜକ କମିଟି ତରଫରୁ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.