csstore

ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ କରୱାଚୌଥ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ ୧୨୧ତମ ଖୁସି ବାଣ୍ଟିବାର ଦିନ ପାଳନ ଅବସରରେ କରୱାଚୌଥ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵରେ ଆୟୋଜିତ ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ନିଃଶୁଳ୍କ ନୃତ୍ୟ, ସଂଗୀତ, ମଡେଲିଂ ଭଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାହୁଲ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାଗର ମହାନ୍ତି, କୁଞ୍ଜବିହାରୀ ରାଉତ, ସୁଶାନ୍ତ ନାୟକ ଯୋଗ ଦେଇଥିଲେ । ସେହିପରି ବିଚାରକ ଭାବେ କଲ୍ୟାଣୀ ଦାସ, ସସ୍ମିତା ପ୍ରଧାନ ଓ ସାଗର ମହାନ୍ତି ଦାୟିତ୍ଵ ତୁଲାଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଗୌରୀ କୁମ୍ଭାର, ସୁମତି ନାୟକ, ଦୀପା କଂସାରୀ, ଅନିତା ପ୍ରସାଦ, ଚନ୍ଦା ଶର୍ମା, ଭାରତୀ ପତି, ଅଞ୍ଜଳି ସାହୁ, ସୀତା ସିଂ, ସମ୍ବାସୀ ଟପ୍ପୋ, ସୁମତୀ ବଡାଇକ, ପ୍ରତିମା ମଞ୍ଜରୀ ହାଲଦାର ପ୍ରମୁଖଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କାର୍ତ୍ତିକ ରାଉତ, ରଞ୍ଜନ ସାହୁ, ଦିବାକର ଦାସ, ରତିଲାଲ କୁମ୍ଭାର, ମାନସୀ ଘୋଷ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ କୋଷାଧ୍ୟକ୍ଷ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.