କାର୍‌ ଧକ୍କାରେ ୨ ମହିଳା ଓ ଜଣେ ନାବାଳକ ଗୁରୁତର

  • ମେଡିକାଲରେ ଭର୍ତ୍ତି, ପୋଲିସର ତଦନ୍ତ ଜାରି

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜନଗହଳି ପୂର୍ଣ୍ଣ ପୁରୁଣାକଟକ ବଜାରରେ କାର୍‌ ଦୁର୍ଘଟଣା । ଦୁର୍ଘଟଣାରେ ୨ ମହିଳା ଓ ଜଣେ ନାବାଳକ ଗୁରୁତର । ସୂଚନା ଅନୁଯାୟୀ ପୁରୁଣାକଟକ ବଜାରରେ ଥିବା ଏକ ଷ୍ଟିକରିଙ୍ଗ ଦୋକାନରୁ କାର୍‌ଟି ଷ୍ଟିକରିଙ୍ଗ କରି ଫେରିବା ସମୟରେ ନିକଟରେ ଥିବା ଏକ ସୁନା ଦୋକାନ ଭିତରକୁ ଭାରସାମ୍ୟ ହରାଇ ପଶିଯାଇଥିଲା । ସୁନା ଦୋକାନ ନିକଟରେ ଥିବା ଏକ ଜନସେବା କେନ୍ଦ୍ରକୁ କିଛି ମହିଳା ନିଜ କାମ ପାଇଁ ଆସିଥିଲେ ଫଳରେ ୨ ମହିଳା ଓ ଜଣେ ନାବାଳକକୁ ଗାଡି ଧକ୍କା ଦେଇଥୁବାରୁ ୩ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ତୁରନ୍ତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ଖବର ପାଇ ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଂଚି ଗାଡି ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.