csstore

ପ୍ରଥମ ଏଜୁକେସନ ଫାଉଣ୍ଡେସନ ଯୁବ ପ୍ରୋତ୍ସାହନ ଓ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଏଜୁକେସନ ଫାଉଣ୍ଡେସନ ଏବଂ ଟିପିଡବ୍ଲୁଓଡିଏଲ ଦ୍ୱାରା ପରିଚାଳିତ ବୃତି ଭିତ୍ତିକ ଦକ୍ଷତା ବିକାଶ ବିଦ୍ୟୁତ ତାଲିମ କେନ୍ଦ୍ର ବଲାଙ୍ଗିର ଦ୍ୱାରା ଏକ ଯୁବ ପ୍ରୋତ୍ସାହନ କାର୍ଯ୍ୟକ୍ରମ ତଥା ଗୋଷ୍ଠୀ ସଚେତନତା ଓ ସମନ୍ୱୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲୁଓଡିଏଲ୍‌ର ସିଏସ୍‌ଆର୍‌ ପ୍ରମୁଖ ସୁଶ୍ରୀ ଅରୁଣା ମାରାଣ୍ଡି ମୁଖ୍ୟ ଅତିଥି, ନିରାକାର ସାହୁ ଚେରିଟେବୁଲ ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ନରେଶ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ଯୁବ ପ୍ରଶିକ୍ଷକ ଆନନ୍ଦ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ଏଡ଼ମିନ୍‌ ସୂର୍ଯ୍ୟକାନ୍ତି ନାଥ, ପ୍ରଶିକ୍ଷକ ଜଗବନ୍ଧୁ ମୁଦୁଲି, ପ୍ଲେସ୍‌ମେଣ୍ଟ କୋରଡିନେଟର କିଷନ କୁମାର ଦାସ, ମେଣ୍ଟର ଜଳନ୍ଧର ପଧାନ ସହଯୋଗ କରିଥିଲେ । ଶେଷରେ ମେଣ୍ଟର କ୍ଷୀରୋଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.