csstore

ମହିୟସୀ ମହିଳା ଉମାଦେବୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥିତ ମହୁଲପାଲି ନିବାସୀ ନିରଞ୍ଜନ ସାହୁଙ୍କ ଧର୍ମପତ୍ନୀ ଉମା ସାହୁଙ୍କ ୬୮ ବର୍ଷ ବୟସରେ ଆଜି ବୁର୍ଲାସ୍ଥିତ ମେଡିକାଲଠାରେ ସକାଳ ଘ.୯.୨୫ ମି.ରେ ଦେହାନ୍ତ ହୋଇଯାଇଛି । ମୃତ ଶବକୁ ନିଜ ବାସ ଭବନରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ସେ ଜଣେ ସ୍ନେହୀ ଓ ପରୋପକାରୀ ମହିଳା ଥିଲେ । ସ୍ଥାନୀୟ ଆମ୍ବତୋଟାଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ଜ୍ୟେଷ୍ଠ ପୁତ୍ର ହିରାଲାଲ ସାହୁ, କନିଷ୍ଠ ପୁତ୍ର ଚନ୍ଦ୍ର କିଶୋର ସାହୁ ଓ ପୁତୁରା ବାବୁଲାଲ ସାହୁ ପ୍ରମୁଖ ମୁଖାଗ୍ନି ଦେଇଥିଲେ । ସେ ତାଙ୍କ ସ୍ୱାମୀ ନିରଞ୍ଜନ ସାହୁ, ପୁତ୍ରବଧୂ ରଞ୍ଜୁ ସାହୁ, ଗୀତା ସାହୁ ଝିଅ ଜ୍ୱାଇଁ ଚୁମକିମୟୀ ସାହୁ, ଦୁର୍ବାଦଳ ସାହୁ, ମୀରା ସାହୁ, ଅଭିନାଶ ସାହୁ, ପୁତୁରା ବଧୂ ଜ୍ୟୋତ୍ସ୍ନା ସାହୁ, ନାତି ନାତୁଣୀଙ୍କୁ ଛାଡ଼ି ସବୁଦିନ ପାଇଁ ଇହଧାମ ତ୍ୟାଗ କଲେ ।ଶବାଧାରରେ ଗାଁର ବିରଞ୍ଚି ସାହୁ, ଜୟଲାଲ ସାହୁ, ନୂଆଧର ସାହୁ, ଟିକେଲାଲ ସାହୁ, ନୀରୋଜ ଦୋରା, ସୁନୀଲ ବେହେରା ଓ ଗାଁର ମାନ୍ୟଗଣ୍ୟ ଶତାଧିକ ଲୋକ ଉପସ୍ଥିତ ଥିଲେ । ସ୍ୱର୍ଗତ ଉମା ସାହୁ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଦୁର୍ବାଦଳ ସାହୁଙ୍କ ଶାଶୁ ମାଆ ଅଟନ୍ତି ।

jayashree
Leave A Reply

Your email address will not be published.