ଟ୍ରେନରେ କଟି ଯୁବକଙ୍କ ଆତ୍ମହତ୍ୟା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ ଯୁବକଙ୍କ ନାମ ଭକ୍ତ ସାହୁ (୨୦) ଘର ଖାସବାହାଲ ବୋଲି ଜଣାପଡିଛି । ପ୍ରକାଶ ଯେ, ଭଦ୍ରା ପଞ୍ଚାୟତ ଖାସବାହାଲର ଭକ୍ତ ସାହୁ ଗତ ରବିବାର ଦିନ ସନ୍ଧ୍ୟାରେ ଘରେ ପରିବାର ଲୋକଙ୍କ ସହିତ ଝଗଡା କରି ଘରୁ ବାହାରି ପଳାଇ ଆସିଥିଲେ । ପ୍ରାୟ ରାତି ୯ରୁ ୧୧ଟା ମଧ୍ୟରେ ସେ ଟ୍ରେନରେ କଟି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏନେଇ ବଲାଙ୍ଗିର ଜିଆର୍‌ପି ପୋଲିସ ଥାନା କେଶ ନଂ ୩୯/୨୩ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଥିବା ରେଲୱେ ପୋଲିସ ପ୍ରକାଶ କରିଛି । ଘଟଣାର ଖବର ପାଇଁ ଜିଆର୍‌ପି ପୋଲିସ ଏଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ପଟେଲ, କନେଷ୍ଟବଳ ଅଶ୍ୱନୀ ସାହୁ, ଆର୍‌ପିଏଫ୍‌ ପୋଲିସ ଇନିପେକ୍ଟର କୁନା ବାରିକ, କନେଷ୍ଟବଳ ଏସ୍‌. ପଟେଲ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.