ଝାରବନ୍ଧରେ ଜଙ୍ଗଲୀ ଭାଲୁର ମୃତ୍ୟୁ : ପଚି ସଢି ଗନ୍ଧ ହେବା ପରେ ଖବର ପାଇଲା ବନ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ନିତ୍ୟାନନ୍ଦପୁର ଗ୍ରାମର ଗୋବର୍ଦ୍ଧନ ନାଳ ପାଖରେ ଗତ ୨୦ ତାରିଖ ରିଖ ଦିନ ଏକ ଜଙ୍ଗଲୀ ଭାଲୁ ମରି ପଡିଥିବାର ଖବର ମିଳିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଘଟଣାର ଖବର ପାଇ ଫରେଷ୍ଟର, ବନ କର୍ମଚାରୀଙ୍କ ସହିତ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳକୁ ପହଂଚି ଭାଲୁର ମୃତଦେହକୁ ପରୀକ୍ଷା ନିରୀକ୍ଷା କରି ଗାତ ଖୋଲି ମୃତଦେହକୁ ବନବିଭାଗ ଦ୍ୱାରା ପୋତା ଯାଇଥିବାର ସୂଚନା ରହିଛି । ପ୍ରକାଶ ଥାଉ କି ଗତ ୧୫ ତାରିଖ ରିଖ ଦିନ ନିତ୍ୟାନନ୍ଦପୁର ଗ୍ରାମର ଭୋଳା ରାମ ନାଏକ ଏବଂ ମହେଶ ନାଏକ ଉଭୟ ବାପ ପୁଅ ଜଙ୍ଗଲୀ ଭାଲୁର ଆକ୍ରମଣରେ ରକ୍ତାକ୍ତ ହୋଇ ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ, ତାଙ୍କ ଅବସ୍ଥା ଗୁରୁତର ହେବାରୁ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବର୍ତ୍ତମାନ ଉଭୟେ ଏକ ଘରୋଇ ଚିକିତ୍ସିତ ହେଉଥିବାର ସୂଚନା ରହିଛି । ଏହି ଘଟଣା ସମ୍ପର୍କରେ ଝାରବନ୍ଧ ଫରେଷ୍ଟର ଗିରିରାଜ କୁମ୍ଭାରଙ୍କୁ ପଚାରିବାରୁ “ମତେ ଗତ ୨୦ ତାରିଖ ରିଖ ଦିନ ଡଭା ଫରେଷ୍ଟ ଗାର୍ଡ ପ୍ରତିମା ସୁନା ଫୋନ ମାଧ୍ୟମରେ ଭାଲୁର ମୃତଦେହ ପଡ଼ିଥିବା ଜଣାଇଥିଲେ । ଖବର ପାଇ ଝାରବନ୍ଧ ବ୍ଲକ ପ୍ରାଣୀ ଚିକିତ୍ସା ଡାକ୍ତରୀ ଦଳ ସହିତ ଘଟଣା ସ୍ଥଳକୁ ପହଂଚି ଥିଲୁ ଏବଂ ପରୀକ୍ଷା ନିରୀକ୍ଷା ପୂର୍ବକ ମାଟିରେ ଗାତ ଖୋଲି ପୋତା ହୋଇଛି ବୋଲି କହିଛନ୍ତି । ଏନେଇ ବନ ବିଭାଗ ଦ୍ୱାରା କୁହାଯାଇଛି ଯେ, ଆମେ ଭାଲୁର ଗତି ବିଧି ଲକ୍ଷ୍ୟ କରିଛୁ ଏବଂ କରିଆସୁଛୁ, ଏବେ ଯେଉଁ ଭାଲୁର ମୃତଦେହ ମିଳିଛି ତାହା କେଉଁ ଭାଲୁ ଅଟେ ତାହା କହି ହେବ ନାହିଁ, ଦିନେ ଦୁଇ ଦିନ ହେବ ଭାଲୁ ମରିଛି ବୋଲି ଫରେଷ୍ଟର ଗିରିରାଜ କୁମ୍ଭାର କହିଛନ୍ତି । ଭାଲୁର ମୃତ୍ୟର କାରଣ ଏବଂ କେବେକାର ଘଟଣା ହୋଇ ଥାଇପାରେ ବୋଲି ସ୍ଥିତି ସମ୍ପର୍କରେ ଝାରବନ୍ଧ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସମୀର କୁମାର ଖମାରୀଙ୍କୁ ପଚାରିବାରୁ “ଭାଲୁର ଦେହରେ ପୋକ ସାଲୁ ବାଲୁ ହେଉଥିଲେ ପଚି ସଢ଼ି ଦୁର୍ଗନ୍ଧ ଦୁର୍ଗନ୍ଧ ହେଉଥିଲା କେବଳ ଚମଡା ଟା ଲାଗି ରହିଥିଲା, ପାଖାପାଖି ୪/୫ ଦିନର ମୃତଦେହ ବୋଲି ଅନୁମାନ କରାଯାଉଛି ବୋଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀ ଖମାରୀ କହିଛନ୍ତି । ଭାଲୁ ଆକ୍ରମଣର ପାଞ୍ଚ ଦିନ ପରେ ଭାଲୁର ମୃତଦେହ ମିଳିବା ଘଟଣା ଜନସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

Leave A Reply

Your email address will not be published.