jayashree

ପରୀ ହତ୍ୟା ଘଟଣା : ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ ରାଜଭବନ ସମ୍ମୁଖରେ ବିଜେପିର ଧାରଣା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନୟାଗଡ଼ ପରୀ ହତ୍ୟା ଘଟଣାର ତାତି କମୁନି ରାଜ୍ୟରେ । ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟି(ବିଜେପିର) ଆନ୍ଦେଳନ ଆଜି ରାଜଭବନ ସମ୍ମୁଖରେ ଚାଲିଥିବା ବେଳେ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ଧାରଣା ଦେଇଥିବା ଦେଖିବାକୁ ମିିଳିଛି । ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀ ଓ ଅପରାଧୀକୁ ଛତ୍ରଛାୟା ତଳେ ରଖିଥିବା ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ ବିଜେପି ଧାରଣା ଦେଇଥିବା ସୂଚନା ମିଳିଛି । ଏହି ଧାରଣାରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ସାମିଲ୍‌ ହୋଇଥିବା ସୂଚନା ରହିଛି । ଯେ ପର୍ୟ୍ୟନ୍ତ ଦାବୀ ପୂରଣ ନହୋଇଛି, ସେତେବେଳ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.