oom

ମାଲପଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମାଲିଝର ବିଜୟୀ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ ସ୍ଥିତ ମାଲପଡ଼ା ଗ୍ରାମ ସ୍ଥାନୀୟ ଖେଳ ପଡିଆ ଠାରେ ଆଜିର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ବାଞ୍ଜିପଦର୍ ଓ ମାଲିଝର ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମାଲିଝର ଦଳ ଚାମ୍ପିଅନ ହୋଇଥିଲା । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦଳକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରାଯାଇଥିବା ବେଳେ ବିଜେତା ଦଳକୁ ୧୦ ହଜାର ଓ ଉପ ବିଜେତା ଦଳକୁ ୫ ହଜାରକୁ ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ଡୋଳାମଣି ଥପା, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବିଜେଡି ଜିଲ୍ଲା ଯୁବ ସମ୍ପାଦକ ନିଲୁ ମହାନନ୍ଦ, ସଇଁନ୍ତଲା ବ୍ଲକ ବିଜେଡି ବରିଷ୍ଠ ନେତା ଛବି ରଣା, ସଇଁନ୍ତଲା ବ୍ଲକ ବିଜେଡି ଦଳର ବ୍ଲକ ଉପ ସଭାପତି ବିକିଜି ନାଗ, ବେଲଗାଁ ଗ୍ରାମପଞ୍ଚାୟତ ଯୁବସଭାପତି ମୋହନ ବାଗ, ଦୁଲ୍ଲଭ୍ ମାଝି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.