pakka

କ୍ଷୁଦ୍ର ଗଳ୍ପ : ମାନିଆଁ ଜାରିକଲା ପଞ୍ଚାୟତ ରାଜନୀତିର ଶ୍ୱେତପତ୍ର

bbehera
  • ଉମାଶଙ୍କର ଶତପଥୀ

ମାନିଆଁ ମୁହଁରେ ବାଡବତା ନଥିଲା । ତା ମୁହଁର ଭାଷା ତା ସୀମା ସରହଦ ଡେଇଁ ଗାଆଁ ଦାଣ୍ଡ କାନ୍ଥରେ ବାଡେଇ ହେଉଥିଲା ଅନବରତ । ରହି ରହି କହୁଥିଲା – ନିର୍ଲଜତାର ବି ସୀମା ଅଛି ହେଲେ ଆମ ଗାଆଁ ସରପଞ୍ଚଟା ସେଥିରୁ ବାହାରେ । ଉଧାରିଖିଆ ପୋଡ଼ା ମୁହାଁଟା ଏଥର ବି ଠିଆ ହୋଇଛି ପୁଣି ସରପଞ୍ଚ ପ୍ରାର୍ଥୀରେ…. ।

କେତେ ନେହୁରା ହୋଇଥିଲା ସେ ଘର ଖଣ୍ଡିଏ ପାଇବା ପାଇଁ । ଅଫିସ ଖର୍ଚ୍ଚ ବି ଅଗ୍ରୀମ ଦେଇ ସାରିଥିଲା ସରପଞ୍ଚ ବାବୁଙ୍କୁ । ନା ମିଳିଲା ଘର ନା ଦେଇଥିବା ଅଗ୍ରୀମ ଟଙ୍କା ବରଂ ଇନ୍ଦିରା ଆବାସ କଥା କହି କହି ତା ପାନ ଦୋକାନ ରୁ ଉଧାରି ଖାଇ ଚାଲିଥିଲେ ସରପଞ୍ଚ ବାବୁ । ଏବେ ପୁଣି ପଞ୍ଚାୟତ ପାଇଁ ଭୋଟ ହେବାକୁ ଯାଉଛି ।

ଗାଆଁ ମୁଣ୍ଡ ଛକରେ ଥିବା ମାନିଆଁର ପାନ ଦୋକାନରେ ସବୁ ଦଳର ଲୋକ ମାନଙ୍କର ଭିଡ । ସେଇଠି ପ୍ରତିଶ୍ରୁତିର ପାହାଡ଼
ଗଢା ହେଉଛି ପ୍ରତିଦିନ । ଏଭଳି ପ୍ରତିଶ୍ରୁତି ଶୁଣି ଶୁଣି ପାଗଳ ହେଇଗଲାଣି ମାନିଆଁଟା । ତଥାପି ସେ ତା ବ୍ୟାପାରରେ ବ୍ୟସ୍ତ ।
କଅଣ ପାଇବ ସେ ଏ ରାଜନୀତିରୁ । ମନେ ମନେ କହୁଥାଏ ରାଜନୀତି ନା ଫାଜନୀତି , ବାଳୁଙ୍ଗା ଗୁଡା, ଖାଇ ସାରିଲେଣି ଦେଶଟାକୁ ।

ଦୋକାନ ଖୋଲା ହୋଇଚିନା ନାହିଁ ସରପଞ୍ଚ ମୋହଦୟ ହାଜର । କହିଲେ – ‘ପହିଲା ପାନ ଖଣ୍ଡେ ଦେଲୁ । ଜାଣିଲୁରେ ପୁଅ ଏଥର ବି ମୁଁ ସରପଞ୍ଚ ରେ ଠିଆ ହୋଇଛି । ତତେ ଲାଗିଲା । ଗାଆଁ ଲୋକ ତତେ ଆଉ କଅଣ କହିବି ।’ ଏତକ କହି ପାନ ପଇସା ନଦେଇ ବାହାରି ଯାଉଥିଲା ସେ । ପଛରୁ ରଡି ଛାଡ଼ିଲା ମାନିଆଁ । – ଏ ପୁଅ ତୋ’ ବୋପାକାଳେ ପାନ ଖାଇଥିଲୁ । ପ୍ରଥମେ ପଇସା ଦେ’, ପଛେ କଥାବାର୍ତ୍ତା । ମୁଁ ଯେଉଁ ପାନୁଆକୁ ସେହି ପାନୁଆ । ତୁ ଉଧାରି ଖାଇ ଖାଇ ଗାଡ଼ି ଘୋଡ଼ା କୋଠାବାଡ଼ିର ଅମ୍ବାର ଲଗାଇ ସାରିଲୁଣି। ଲଜ୍ୟା ଲାଗୁନି ପୁଣି ଠିଆ ହେଉଛୂ ସରପଞ୍ଚରେ । ଧିକ୍ ତୋର ଜୀବନ ଧିକ୍ ତୋ’ ରାଜନୀତି । ସମୟ ଆସୁ ପାନେ ଦେବି ଯେ ।

jay balangir
Leave A Reply

Your email address will not be published.

seven + four =