ପାଟଣାଗଡ ବିଜେପି ତରଫରୁ ସମୂହ ଦୀପ ଦାନ

ପାଟଣାଗଡ, (ଅଜିତ ପୁରୋହିତ) : ଦେଶରେ ତଥା ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଥିବାରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ରାଜଖମାର ଦଶମତୀ ମନ୍ଦିର ଠାରେ କରୋନା ମହାମାରୀରୁ ରକ୍ଷା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି ମା’ ଦଶମତୀଙ୍କ ନିକଟରେ ସମୂହ ଦୀପ ଦାନ ଏବଂ ପୂଜାର୍ଚ୍ଚନା କରାଯାଇଛି । ସକାଳ ୧୦ ଘଂଟା ସମୟରେ ନଗର ସଭାପତି ସୁଶାନ୍ତ ମହାନ୍ତିଙ୍କ ନେତୃତ୍ୱରେ ପ୍ରଦୀପ ବଂଶଲ, ଓମପ୍ରକାଶ ଯୋଷୀ, ପ୍ରଦୀପ ପୁରୋହିତ, ଅଶୋକ କୁଅଁର, ରାଜେଶ ପୁରୋହିତ, ମାନୁ ଦେବ, ସୁଶାନ୍ତ ଦାଶ, ଆଲୋକ ପାଣିଗ୍ରାହୀ, ମାଣିକ୍ୟ ସାହୁ, ରାନା ଚିନ୍ଦା, ବାବୁଲୁ ଦାସ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ସୁଚନା ଯୋଗ୍ୟ ଯେ, ସାରା ଦେଶରେ ଏବେ କରୋନା ବ୍ୟାପିଛି । ଧନୀ, ଗରିବ, ଛୋଟ ବଡ କେହି ଏଥିରୁ ବାଦ୍ ପଡି ନାହାନ୍ତି । ହିନ୍ଦୀ ଚଳଚିତ୍ର ଅଭିନେତା ଅମିତାଭ ବଚନ ଓ ତାଙ୍କ ପରିବାର କରୋନା କବଳରେ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ବର୍ତ୍ତମାନ ସୁସ୍ଥ ହୋଇ ଫେରିଛନ୍ତି ଅମିତାଭ ବଚ୍ଚନ । ନିକଟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଏବେ ଗୃହମନ୍ତ୍ରୀ ଅମିତ ସାହା ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେବା କର୍ମକର୍ତ୍ତାଙ୍କୁ ଖୁବ ବ୍ୟଥିତ କରିଛି । ତେବେ ସାରା ଦେଶରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଥିବା ଦଳୀୟ କର୍ମୀମାନେ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.