ଓସିଏ ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ ଓ ପାଟଣାଗଡ଼ କିକ୍ରେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିୟମ ଠାରେ ଅନୁଷ୍ଠିତ ମ୍ୟାଚରେ ପାଟଣାଗଡ଼ ଦଳ ବିଜୟୀ ହୋଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ ଆଜି ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ଓ ବଙ୍ଗୋମୁଣ୍ଡା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ୟଙ୍ଗ ଷ୍ଟୁଡେଣ୍ଟ ଦଳ ୪୭.୨ ଓଭରରେ ସମସ୍ତ ଉଇକେଟ ହରାଇ ୨୩୧ ରନ୍ ସ୍କୋର କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ଅକ୍ଷୟ ପ୍ରସାଦ ସର୍ବାଧିକ ୧୧୨ ଓ କୁଲଦୀପ ସୁନା ୪୫ ରନ ସଂଗ୍ରହ କରିଥିଲେ । ବଙ୍ଗୋମୁଣ୍ଡା କ୍ରିକେଟ ଦଳ ତରଫରୁ ଶ୍ୟାମ ବଛା ସର୍ବାଧିକ ୫ ଗୋଟି ଓ ଶଶୀଭୂଷଣ ମାଝୀ ୨ ଗୋଟି ‌ୱିକେଟ ଅକ୍ତିଆର କରିଥିଲେ । ୨୩୨ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ବଙ୍ଗୋମୁଣ୍ଡା କ୍ରିକେଟ ଦଳ ୨୬.୧ ଓଭରେ ୧୦୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ ସମସ୍ତ ‌ୱିକେଟ ସହିତ ମ୍ୟାଚ ହରାଇ ବସିଥିଲେ । ବଙ୍ଗୋମୁଣ୍ଡା କ୍ରିକେଟ ଦଳ ତରଫରୁ ଶଶୀଭୂଷଣ ମାଝୀ ସର୍ବାଧିକ ୩୦ ରନ୍ ଓ ଶ୍ୟାମ ବଛ ୨୦ ରନ୍ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ କୁଲଦୀପ ସୁନା ୩ ଗୋଟି ୱିକେଟ ଓ ଚରଞ୍ଜିତ ସାହାଣୀ ୩ ଗୋଟି ‌ୱିକେଟ ଅକ୍ତିଆର କରିଥିଲେ । ଅକ୍ଷୟ ପ୍ରସଦଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପେୟାର ପୃଥ୍ୱୀରାଜ ମିଶ୍ର ଓ ନାରାୟଣ ମେହେର ପରିଚାଳନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ । ସେହିପରି ପାଟଣାଗଡ ଷ୍ଟାଡିଅୟମ ଠାରେ ଆୟୋଜିତ କ୍ରିକେଟ ପ୍ରତିଯୋଗିତା ଆଜି ପଟଣାଗଡ଼ ଦଳ ଓ କଣ୍ଟାବାଞ୍ଜି କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଣ୍ଟାବାଞ୍ଜି କ୍ରିକେଟ ଦଳ ଟସ ଜିତି ପ୍ରଥମେ ବେଟିଂ କରିବାର ନିଷ୍ପତ୍ତି ନେଇଥିଲା । କଣ୍ଟାବାଞ୍ଜି ଦଳ ପ୍ରଥମେ ବ୍ୟାଟିଂ କରି ୪୫.୩ ଓଭରରେ ସମସ୍ତ ‌ୱିକେଟ ହରାଇ ୧୯୪ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା । କଣ୍ଟାବାଞ୍ଜି ଦଳ ତରଫରୁ ରୁଦ୍ର ବାଗ ସର୍ବାଧିକ ୩୭ ରନ୍ ଓ ମିଥୁନ ତାଣ୍ଡି ୨୮ ରନ୍ କରିଥିଲେ । ପଟଣାଗଡ଼ କ୍ରିକେଟ ଦଳ ତରଫରୁ ସାଗର ପରୁଆ ସର୍ବାଧିକ, ୪ ଗୋଟି, ପଲ୍ଲବ ନାଗ ୩ ଓ ବିଶାଳ ହାତୀ ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୧୯୫ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ପାଟଣାଗଡ଼ କ୍ରିକେଟ ଦଳ ୩୨ ଓଭରେ ୫ ୱିକେଟ ହରାଇ ଆବଶ୍ୟକୀୟ ୧୯୫ ରନ ସଂଗ୍ରହ କରି ନେଇଥିଲେ । ପଟଣାଗଡ଼ ଦଳ ତରଫରୁ ରାହୁଲ ରାଉତ ୯୪ ରନ୍ ଓ ବିକାଶ ବନଛୋର ୩୧ ରନ୍ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ଦଳ ତରଫରୁ ସମୀର ଖାନଙ୍କୁ ୨ ‌ୱିକେଟ ମିଳିଥିଲା । ଫଳରେ ପଟଣାଗଡ଼ କ୍ରିକେଟ ଦଳ ୫ ୱିକେଟରେ ବିଜୟୀ ହୋଇଥିଲେ । ସାଗର ପାରୁଆଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପେୟାର ସମୀର ପାଣିଗ୍ରାହୀ ଓ ରଜତ ଦାଶ ପରିଚାଳନା କରିଥିବା ବେଳେ ଶୁଭମ ନାୟକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.