ସୁଜନପୁର ପଞ୍ଚାୟତ ଉପନିର୍ବାଚନ : ନିର୍ଦ୍ୱନ୍ଦରେ ସମିତିସଭ୍ୟା ଭାବେ ନିର୍ବାଚିତ ହେଲେ ସବିତା ରାଉତରାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସୁଜନପୁର ପଞ୍ଚାୟତର ଉପନିର୍ବାଚନରେ ନିର୍ଦ୍ୱନ୍ଦରେ ସମିତିସଭ୍ୟ ଭାବେ ନିର୍ବାଚିତ ହେଲେ ଦିବଂଗତ ସମିତିସଭ୍ୟ ଅଜୟ କୁମାର ରାଉତରାୟଙ୍କ ଧର୍ମପତ୍ନୀ ସବିତା ରାଉତରାୟ । ସୂଚନା ଥାଉକି ଏହି ପଞ୍ଚାୟତରେ ସମିତିସଭ୍ୟ ପଦ ପାଇଁ ଅଗଷ୍ଟ ୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ପଦ ପାଇଁ ୩ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ପ୍ରତ୍ୟାହାର ଦିନରେ ଦୁଇ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ସେମାନେ ହେଲେ ବିଜେପି ସର୍ମଥିତ ପ୍ରାର୍ଥୀ ଭାବେ ଉମାବଲ୍ଲଭ ମଙ୍ଗରାଜ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ତ୍ରିଲୋଚନ ପରିଡା ସେମାନଙ୍କର ନାମାଙ୍କନ ପତ୍ର ବ୍ଲକ କାର୍ଯ୍ୟାଳୟ ପରିସରରେ ପହଂଚି ନିର୍ବାଚନ ଅଧିକାରୀଙ୍କ ନିକଟରୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେବା ପରେ ବିଜେଡି ସର୍ମଥିତ ସମିତିସଭ୍ୟା ପ୍ରାର୍ଥୀ ସବିତା ରାଉତରାୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ନେଇ ତହସିଲଦାର ତଥା ବ୍ଲକ ନିର୍ବାଚନ ଅଧିକାରୀ ନିବେଦିତା ପରିଡା ଘୋଷଣା କରିଛନ୍ତି । ଅନ୍ୟପଟେ ନବ ନିର୍ବାଚିତ ସମିତି ସଭ୍ୟା ସବିତା ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ସୁଜନପୁର ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଜଣାଇବା ସହ ସ୍ୱର୍ଗତ ଅଜୟ ରାଉତରାୟଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବେ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!