ହରଭଙ୍ଗା ବନ୍ୟା ଆଶ୍ରୟ ସ୍ଥଳୀରେ ଆନନ୍ଦ ଅନୁଭୂତି ଶିବିର ଉଦ୍‌ଯାପିତ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବନ୍ୟା ଆଶ୍ରୟ ସ୍ଥଳୀରେ ବିଶ୍ୱ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଆର୍ଟ ଅଫ୍‌ ଲିଭିଙ୍ଗ ସଂସ୍ଥା, ବ୍ୟକ୍ତି ବିକାଶ କେନ୍ଦ୍ର ବୌଦ୍ଧ ଶାଖା ତରଫରୁ ୬ ଦିନିଆ ଆନନ୍ଦ ଅନୁଭୂତି ଶିବିର ଉଦ୍‌ଯାପିତ ହୋଇଯାଇଛି । ଯୋଗ ଶିକ୍ଷକ ରଞ୍ଜନ କୁମାର ସାହୁ, ଡ. ମମତା ମିଶ୍ରଙ୍କ ମାର୍ଗଦର୍ଶନରେ ବରୁଣ କୁମାର ମହନ୍ତ ଓ ମନୋଜ କୁମାର ମହନ୍ତ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଆଖପାଖ ଗ୍ରାମର ୨୬ ଜଣ ଅଂଶ ଗ୍ରହଣ କରିଥିଲେ । ଶିବିରରେ ଯୋଗ, ପ୍ରାଣାୟମ, ଆସନ ସହିତ ସୁଦର୍ଶନ କ୍ରିୟା ଶିକ୍ଷା ଦ୍ୱାରା ମଣିଷ ଜୀବନରେ ଶାରୀରିକ ସୁସ୍ଥତା ଏବଂ ମାନସିକ ଶାନ୍ତି, ମନରେ ଏକାଗ୍ରତା, ଦୃଢ଼ ଆତ୍ମବିଶ୍ୱାସ, ପାରିବାରିକ ସୁସମ୍ପର୍କରେ ଉନ୍ନତି, ଆଧ୍ୟାତ୍ମିକତାର ବିକାଶ, ଚିନ୍ତାମୁକ୍ତ ଏବଂ ଆନନ୍ଦମୟ ଜୀବନ ବଞ୍ଚିବାର କଳା ଶିଖାଇବା ସହିତ ସାଧାରଣ ମଣିଷ ଜୀବନରେ ଏକ ରୋଗମୁକ୍ତ ଶରୀର ଓ ଚିନ୍ତାମୁକ୍ତ ମନ, ମାନସିକ ଦୁଶ୍ଚିନ୍ତା ଓ ବିଷାଦରୁ ମୁକ୍ତି, ମାନସିକ ଉଦ୍‌ବେଗ ଓ ଉତ୍କଣ୍ଠାରୁ ମୁକ୍ତି, ଅବସାଦ, ଭୟ ଓ ଆଶଙ୍କରୁ ମୁକ୍ତି, ନକରାତ୍ମକ ଚିନ୍ତାରୁ ମୁକ୍ତି ଇତ୍ୟାଦି ଲାଭ ହେବ ବୋଲି କହିଥିଲେ । ଆର୍ଟ ଅଫ୍‌ ଲିଭିଙ୍ଗ ବୌଦ୍ଧ ଶାଖାର ସ୍ୱେଚ୍ଛାସେବୀ ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର, ରଜନୀକାନ୍ତ ରାଉତ, ସରୋଜ କୁମାର ସାହୁ, କୃତ୍ତିବାସ ପଲିଆ, ସୋରଜ କୁମାର ଭୋକ୍ତା, ହରେନ ଲାଲ ଓ ସଂଜୀବ କୁମାର ସାହୁ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ । ଆନନ୍ଦ ଅନୁଭୂତି ଶିବିରର ଉଦ୍‌ଯାପନୀ ଉତ୍ସବରେ ଆର୍ଟ ଅଫ୍‌ ଲିଭିଂର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ବଞ୍ଚିବାର ଶୈଳୀ ଓ ନିଜର ଅନୁଭୂତି ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆର୍ଟ ଅଫ୍‌ ଲିଭିଂର ବୌଦ୍ଧ ଜିଲ୍ଲା ସଂଯୋଜିକା ଡ. ମମତା ମିଶ୍ର, ଅର୍ଥ ଅଫ ଲିଭିଂ ଶିକ୍ଷକ ବରୁଣ କୁମାର ମହନ୍ତ ଓ ମନୋଜ କୁମାର ମହନ୍ତ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.