
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓଷ୍ଟା ତରଫରୁ ବ୍ଲକସ୍ତରୀୟ ଶିଶୁମେଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫୁଲକିମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ବ୍ଲକର ୧୭ ଗୋଟି ଉଚ୍ଚ ବିଦ୍ୟାଳୟରୁ ୧୪୮ ଜଣ ପ୍ରତିଯୋଗୀମାନେ ଦଶଗୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଦଶ ଗୋଟି ପ୍ରତିଯୋଗିତାରେ ୩୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦେବା ସହ ପ୍ରଥମ ହୋଇଥିବା ୧୦ ଜଣ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରକୁ ମନୋନୀତ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଖପ୍ରାଖୋଲ ବ୍ଲକ୍ ଓଷ୍ଟା ସଭାପତି ଗୋପାଳ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । ଖପ୍ରାଖୋଲ ବ୍ଲକ ଚେୟାରମେନ ଶ୍ରୀମତୀ ନିରୁପମା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଲୁହାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରାଧାକାନ୍ତ ସୁଆର ଯୋଗ ଦେଇଥିଲେ । ବିଜେଡିର ଜିଲ୍ଲା ସମ୍ପାଦକ ପବିତ୍ର ପଟେଲ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିଜ ଅଭିଭାଷଣରେ ବିଭିନ୍ନ ଉଦାହରଣ ଦେଇ ଉତ୍ସାହିତ କରିଥିଲେ । ଓଷ୍ଟାର ବ୍ଲକ ସମ୍ପାଦକ ଅଜେୟ କୁମାର ଭୋଇଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଇସି ସଭ୍ୟ ନବକିଶୋର ନନ୍ଦ, ବ୍ଲକ ଯୁଗ୍ମ ସମ୍ପାଦକ ତଥା ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐଶ୍ଵର୍ଯ୍ୟ ଶେଖର ଦେବତା, ମନୋଜ ବାରିକ, ଚିତ୍ତରଞ୍ଜନ ସାହୁ, ରମେଶଚନ୍ଦ୍ର ମହାନ୍ତି, ଝରଣା କର, ତେଲେନପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ଦାଶ ପ୍ରମୁଖ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଉଦ୍ଯାପନୀ ଉତ୍ସବରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଓଷ୍ଟା ସମ୍ପାଦକ କୁଶଧ୍ୱଜ ସାହୁ, ପାଟଣାଗଡ ବ୍ଲକ୍ ସମ୍ପାଦକ ସଞ୍ଜୀବ ହୋତା ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଫୁଳକିମୁଣ୍ଡା ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ସୁଶାନ୍ତ ଦାଶ ଧନ୍ୟବାଦ୍ ଦେଇଥିବା ବେଳେ ଉଦ୍ଯାପନୀ ଉତ୍ସବରେ ଘୁନସର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐଶ୍ଵର୍ଯ୍ୟ ଶେଖର ଦେବତା ମଞ୍ଚ ପରିଚାଳନା କରିଥିଲେ ଓ ଭୁବନେଶ୍ୱର ପୃଷ୍ଟି ଧନ୍ୟବାଦ୍ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ପ୍ରାୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ ।