oom

ରାଜେନ୍ଦ୍ର ନଗର କ୍ଳବ ଦ୍ଵାରା ଆୟୋଜିତ ଫୁଟବଲ ନକ ଆଉଟ ଟୁର୍ଣାମେଣ୍ଟ ଉଦଯାପିତ

jsmm

କଣ୍ଟାବାଂଜି, (କୈଳାଶ ସଗ୍ରିଆ) : ସହରର ରାଜେନ୍ଦ୍ର ନଗର ଫୁଟବଲ କମିଟି ଆନୁକୂଲ୍ୟରେ ଦ୍ବିତୀୟ ବର୍ଷର ନକ ଆଉଟ ଫୁଟବଲ ଟୁର୍ଣାମେଣ୍ଟ ଡାଙ୍ଗବାହାଲି ଖେଳ ପଡିଆରେ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ଖେଳରେ ଫିରୋଜ ଖାନ, ସାଧାରଣ ସମ୍ପାଦକ, ବିଜୁ ଜନତା ଦଳ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଅତିଥି, ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା, ଛୋଟୁ ସିଂ ସାଲୁଜା, ସଭାପତି, ପ୍ରେସ କ୍ଳବ, ସମାଜସେବୀ ଶେଖ ଅମଜଦ ଖାନ, ଚିନ୍ମୟ କୁମାର ଯୋଷୀ, ଆଇନଜୀବୀ ଅରୁଣ କୁମାର ବାଗ, ଶୁଭେନ୍ଦୁ ମୋହନ ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅତିଥି ମାନେ କଣ୍ଟାବାଞ୍ଜୀରେ ପୂର୍ବ ଭଳି ଗୋଲ୍ଡ ମେଡାଲ ଫୁଟବଲ ଟୁର୍ଣାମେଣ୍ଟ କରିବା ପାଇଁ ମତାମତ ଦେଇଥିଲେ । ସୂର୍ୟ୍ୟକାନ୍ତ ରଣା ଓ ଅର୍ଜୁନ ମାଝୀ ପୂରା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଫାଇନାଲ ଖେଳରେ ଯୁରାବନ୍ଧ ଦଳ ହଳଦୀ ଦଳକୁ ୨/୧ଗୋଲରେ ପରାସ୍ତ କରି ବିଜୟୀ ହୋଇଥିଲା । ବିଜୟୀ ଦଳକୁ ଟ୍ରଫି, ୭୦୦୦ଟଙ୍କା ଓ ରନର ଦଳକୁ ଟ୍ରଫି, ୫୦୦୦ଟଙ୍କା ପ୍ରଦାନ କରାଯାଇଥିଲା ।ଏହି ଟୁର୍ଣାମେଣ୍ଟକୁ ସଫଳ କରିବାରେ ସଭାପତି ପରମାନନ୍ଦ ପୁଟେଲ, ଜଗନ୍ନାଥ ପୁଟେଲ, ଗୌର ପୁଟେଲ, ଉପ ସଭାପତି ଓ ସଭ୍ୟ ବୃନ୍ଦ ଅକ୍ଳାନ୍ତ ପରିଶ୍ରମ କରିଥିଲେ ।

jittmm
Leave A Reply

Your email address will not be published.