ଇ-ସେବା କେନ୍ଦ୍ର ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ଦେୱାନୀ ଅଦାଲତ ପ୍ରାଙ୍ଗଣରେ ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀମତୀ ଶିଖାରାଣୀ ରଥଙ୍କ ଅଧ୍ୟକ୍ଷତାରେ ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ ସିଭିଲ୍‌ ଜଜ୍‌ ସିନିଅର୍‌ ଡିଭିଜନ ବିଦ୍ୟାଧର ପୃଷ୍ଟି, ସବ୍‌ଡିଭିଜନାଲ୍‌ ଜୁନିସିଆଲ୍‌ ମାଜିଷ୍ଟ୍ରେଟ୍‌ ଲୋପାମୁଦ୍ରା ପ୍ରକାଶ ତଥା ଉଭୟ ବାର୍‌ ଏସୋସିଏସନ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ । କ୍ରିମିନାଲ କୋର୍ଟସ୍‌ ବାର୍‌ ଏସୋସିଏସନ୍‌ ସଭାପତି ଆଶିଷ କୁମାର ଚନ୍ଦନ ଏବଂ ଉପ ସଭାପତି ଚିନ୍ତାମଣି ରାଉତ, ରାଧାକାନ୍ତ ଭୋଇ, ଦର୍ପ ପଟ୍ଟନାୟକ, ଶିବ ମିଶ୍ର, କାମାକ୍ଷା ସାହୁ, ଶଙ୍କର ପ୍ରଧାନ ପ୍ରମୁଖ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.