oom

ପିପିଏଲ ଡ଼ିଏଭି ସ୍କୁଲର ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଉଦଘାଟିତ

jsmm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପିପିଏଲ ଡ଼ିଏଭି ସ୍କୁଲ ପରିସରରେ ଫିଟ୍‌ ଇଣ୍ଡିଆ ସ୍କୁଲ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସୂଚନା, ପ୍ରଯୁକ୍ତି ବିଜ୍ଞାନ, କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ତୁଶାରକାନ୍ତି ବେହେରା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ସରକାରଙ୍କ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହିତ ଏଥିରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପିପିଏଲ ସିଓଓ ରଞ୍ଜିତ ସିଂ ଚୁଗ ଯୋଗ ଦେଇଥିବାବେଳେ ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ ଅତିଥି ଭାବେ ଯୋଗଦେଇ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କୁଲ ସପ୍ତାହ କାର୍ଯ୍ୟକ୍ରମର ଆୟୋଜନ ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜିବ କୁମାର ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ । ପ୍ରକାଶଯୋଗ୍ୟ ପିପିଏଲ ଦ୍ୱାରା ଆୟୋଜିତ ଏହି ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ସ୍କୁଲ୍‌ ସପ୍ତାହ କାର୍ଯ୍ୟକ୍ରମ ଚଳିତ ଡ଼ିସେମ୍ବର ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗ, ନାଚ, ଏରୋବିକ୍ସ, କ୍ରୀଡ଼ା, ବ୍ୟାୟାମ ତଥା ରଚନା ଓ ତର୍କ ପ୍ରତିଯୋଗିତା ପ୍ରଭୃତି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଓଡ଼ିଶା ଡ଼ିଏଭି ଜୋନ୍‌ ୧ ର ଆଞ୍ଚଳିକ ଅଧିକାରୀ ଡ଼ କେଶବ ଚନ୍ଦ୍ର ଶତପଥୀ ଓ ଉପ ଆଞ୍ଚଳିକ ଅଧିକାରୀ ଡ଼ ସୂଜାତା ସାହୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍କୁଲ୍‌ କ୍ରୀଡ଼ା ବିଭାଗର ସଂଯୋଜିକା ରାଜଶ୍ରୀ ମହାପାତ୍ର ଏବଂ ଶାରୀରିକ ଶିକ୍ଷା ବିଭାଗର ମୁଖ୍ୟ ଶାଶ୍ୱତ କୁମାର ଭାରତୀୟ ଓ ଧରିତ୍ରୀ ମିଶ୍ର ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.