ଲୋଇସିଂହା ବିଧାୟକଙ୍କ ବିରୋଧରେ ନାରାବାଜି ପୂର୍ବକ ଭିଡିଓ ଭାଇରାଲ : ବିଜେପି ପକ୍ଷରୁ ଥାନାରେ ଏତାଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଷୀଙ୍କ ଫସଲ ବୀମା ରାଶି ଓ ସାର କଳାବଜାର କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବଲାଙ୍ଗିର ଜିଲା ଆଗଲପୁର ଅଞ୍ଚଳର କେତେକ ଚାଷୀ ଆଗଲପୁର ଡୁଡୁକା ବ୍ଲକ କାର୍ୟ୍ୟାଳୟ ଆଗରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଲୋଇସିଂହା ବିଧାୟକଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହୋଇଥିଲା । ଜିଲା ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯିବା ସହିତ ଗୁରୁବାର ଲୋଇସିଂହା ଥାନାରେ ଏତଲା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଚାଷୀମାନେ ଠିକ ସମୟରେ ଶସ୍ୟ ବୀମା ପାଉଣା ତଥା ସାର ପାଇବାରୁ ବଞ୍ଚିତ ରହିଛନ୍ତି । ନିଜ ତ୍ରୁଟିକୁ ଲୁଚାଇବାକୁ ଯାଇ ଶାସକ ଦଳର କିଛି ନେତାଙ୍କ ପ୍ରରୋଚନାରେ କେତେକ ବ୍ୟକ୍ତି ବିଧାୟକ ଶ୍ରୀ ମହାଳିଙ୍ଗଙ୍କ ବିରୋଧରେ ଅବାନ୍ତର ଅଭିଯୋଗ ଆଣିବା ସହିତ ତାଙ୍କ ମାନହାନୀ କରିଛନ୍ତି । ଏହାର ପ୍ରତିବାଦରେ ଜିଲା ବିଜେପି ପକ୍ଷରୁ ଆଗଲପୁର ବ୍ଲକ ନୁନିଆପାଲିର ଭିକ ପାତ୍ର, ଡୁଡୁକାର ବିରେନ୍ଦ୍ର ନାଏକ, କେଶେଇପାଲିର ଅଶୋକ ପଟେଲ ଓ ଜଗନ୍ନାଥ ନାଏକ, ମହୁଳପାଲିର ଅନ୍ଦାରୁ ସାହୁ, ଭାଲୁପାଲି ର ବସନ୍ତ ଭୋଇ ଓ ଇଂସାର ସୂର୍ୟ୍ୟ ସ୍ବାଇଁଙ୍କ ବିରୋଧରେ ଥାନାରେ ଏତଲା ଦାୟର ହୋଇଥିବା ଜିଲା ବିଜେପି ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.