ବୌଦ୍ଧର ରାମେଶ୍ୱର ବିହାର କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ସହରରେ କରୋନା ତାର କାୟା ବିସ୍ତାର କରି ଚାଲିଛି । କିଛି ଦିନ ହେଲା ନିୟମିତ ଅନେକ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ଆଜି ବୌଦ୍ଧ ସହରରେ ୧୪ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସେଥିପାଇଁ ଆଜି ବୌଦ୍ଧ ଏନ.ଏ.ସି. ତରଫରୁ ବୌଦ୍ଧ ସହର ୧ ନମ୍ବର୍‌ ୱାର୍ଡର ରାମେଶ୍ୱର ବିହାର ଓ ୨ ନମ୍ବର୍‌ ୱାର୍ଡର ବଗିଚା ସାହିର କିଛି ଅଞ୍ଚଳରେ ବାଉଁଶ ବାଡ ବନ୍ଧାଯାଇ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏ ସବୁ ଅଂଚଳରେ ୭୨ ଘଣ୍ଟା ମଧ୍ୟରେ ଯାତାୟତର ନିଷେଧ କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ କଣ୍ଟେନମେଣ୍ଟ ଜୋନ ଅଂଚଳରୁ କେହି ବାହାରକୁ ନ ବାହାରିବା ପାଇଁ କାର୍ୟ୍ୟନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.