oom

ତାରୁଣ୍ୟ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ କବିତା ଆସର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପେଲେସ ଲାଇନ୍ ଠାରେ ତାରୁଣ୍ୟ ଅନୁଷ୍ଠାନର କାର୍ଯ୍ୟାଳୟଠାରେ ନୂଆଁଖାଇ ଭେଟଘାଟ୍ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କବି ସନ୍ଦୀପ କୁମାର କୁଅଁର ଯୋଗ ଦେଇଇଥିବା ବେଳେ ତାରୁଣ୍ୟର ସଭାପତି କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ କୋଶଳ ପ୍ରବାହର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, କବି ନବକିଶୋର ବେହେରା, ସାପ୍ତାହିକ ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହ ଏବଂ ନିରୋଜ ମିଶ୍ର ଯୋଗ ଦେଇ କବିତା ପାଠ କରିବା ସହ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଯୁବ କବି ମୃଗେଷ ବୈଷ୍ଣବ ପାଣିଗ୍ରାହୀ ଓ ବଳିଷ୍ଠ ପ୍ରଧାନ କବିତା ପାଠ କରିଥିଲେ । ଶେଷରେ କବି ନବକିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ୟ୍ୟକ୍ରମକୁ ସାଇ ସୁମନ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.