ଖଡ଼ିଆଳରେ କାଳବୈଶାଖୀ ତାଣ୍ଡବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ୪୫ ଡିଗ୍ରୀ ଅନୁଭୂତ ହେଉଥିଲା । ସକାଳ ୮ଟାରୁ ବାହାରକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡୁଥିବା ବେଳେ ଶନିବାର ସନ୍ଧ୍ୟା ୪ଟାରେ କାଳବୈଶାଖୀ ପ୍ରଭାବରେ ଅଧ ଘଣ୍ଟା ଧରି ଝଡ଼ ତୋଫାନ୍‌ ଓ ବର୍ଷା ହେବାରୁ ଜନସାଧାରଣଙ୍କୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଦେଖିବାକୁ ମିଳିଛି । ଫଳରେ ଖଡ଼ିଆଳ ସହ ଖଡ଼ିଆଳ ସହର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ସେହିପରି ଗ୍ରାମାଞ୍ଚଳର ପୁଟୁପଡା, ଗଡ୍ରାମୁଣ୍ଡା, ଚନାବେଡ଼ା, ମିଶନ ରାସ୍ତା କିରିକିଟା, ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ରହିଥିଲା । ଫଳରେ ଯାତାୟାତରେ କିଛି ସମୟ ଧରି ବାଧାପ୍ରାପ୍ତ ହୋଇଥିଲା । ଖଡ଼ିଆଳ ଅଗ୍ନିଶମ ବିଭାଗ ବିଭିନ୍ନ ସ୍ଥାନରେ ପହଞ୍ଚି ଭାଙ୍ଗିଥିବା ଗଛଗୁଡିକୁ ସଫାକରିବା ପରେ ରାସ୍ତା ସ୍ୱାଭାବିକ ହୋଇଛି । କାଳବୈଶାଖୀ ସହ ବର୍ଷା ହେବା ଯୋଗୁଁ ପ୍ରବଳ ଗରମରୁ ସାମାନ୍ୟ ଆଶ୍ୱସ୍ତି ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଘର ଉପରେ ଗଛ ପଡି ଘର ଭାଙ୍ଗିଥିବା ନଜରକୁ ଆସିଛି ।

Leave A Reply

Your email address will not be published.