jayashree

ଯୁବକଙ୍କୁ ଚାପୁଡ଼ା ମାରିବାରୁ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ଅଂଚଳର ଜଣେ ଯୁବକଙ୍କୁ ବିନା କାରଣରେ ମାଡ଼ ମାରି ଅଡୁଆରେ ପଡିଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ । ଏହି ମାଡ଼ ଘଟଣାକୁ ନେଇ ଗଂଜାମ ବ୍ଲକ ଅନ୍ତର୍ଗତ ଜେ.ଆର୍‌.ଯେ.ପୁର ପଞ୍ଚାୟତର ସିପକୁଦା ଗ୍ରାମରେ ତହସିଲଦାରଙ୍କୁ ଅଞ୍ଚଳବାସୀ ଘେରିଥିଲେ ଏବଂ କୈଫତ ମାଗିଥିଲେ କାହିଁକି ଆପଣ ମାଡ଼ ମାରିଲେ । ମିଳିଥିବା ସୂଚନା ଅନୁସାରେ ତହସିଲଦାର ସରକାରୀ ଗାଡ଼ିରେ ଦ୍ରୁତଗତିରେ ସିପକୁଦା ଦେଇ ଯାଉଥିବା ସମୟରେ ବିଲରୁ ଫେରୁଥିବା ଯୁବକ ଅରଣ୍ୟ ନାହକ ଗାଡିଟିକୁ ଦ୍ରୁତ ଗତିରେ ଯାଉଥିବା ଦେଖି ହାତ ମାରି ଧୀରେ ଚଲେଇବାକୁ କହିଥିଲେ । ଏହାପରେ କିଛି ଦୂର ଚାଲିଯାଇଥିବା ତହସିଲଦାର ଗାଡି ପୁଣି ପଛକୁ ଫେରି, ଯୁବକକୁ କାହିଁକି ହାତ ଦେଖେଇଲୁ କହି ଗାଳି କରିଥିଲେ । ଶେଷରେ ତହସିଲଦାର ଉତକ୍ଷିପ୍ତ ହୋଇ ଯୁବକକୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ପରେ ଅରଣ୍ୟ ନାହକ ସଂଗେ ସଂଗେ ଯାଇ ଗାଁରେ ଜଣାଇବା ପରେ ଲୋକ ଉତ୍ତେଜିତ ହୋଇ ତହସିଲଦାରଙ୍କୁ ଘେରି ଅଟକ ରଖିଥିଲେ । ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ଘଟଣାସ୍ଥଳରେ ରମ୍ଭା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରି ତହସିଲଦାରଙ୍କୁ ଉଦ୍ଧାର କରିଥିଲା ।
ଏ ନେଇ ତହସିଲଦାର ଅରୁଣ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରେ ସେ ଉକ୍ତ ରାସ୍ତାଦେଇ ଯାଉଥିବା ସମୟରେ ଉକ୍ତ ଗ୍ରାମର ଦୁଇଜଣ ନିଶାଶକ୍ତ ଯୁବକ ତାଙ୍କୁ ଦୃବ୍ୟବହାର କରିଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ନେଇ ସେ ରମ୍ଭା ଥାନାରେ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.