ମୁରିବାହାଲରେ ୫ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଧରି ହିନ୍ଦୁ ସଚେତନତା ଓ ସୁରକ୍ଷା କମିଟିର ପୁଲିସକୁ ହସ୍ତାନ୍ତର : ବ୍ୟାପକ ଯାଞ୍ଚ ଓ ତାଗିଦ ପରେ ଛାଡ଼ିଲା ପୁଲିସ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ କିଛିଦିନର ନିରବତା ପରେ ପୁଣି ବାଂଲାଦେଶୀ ଅନୁପ୍ରବେଶକାରୀ ସକ୍ରିୟ ଥିବା ଦେଖିବାକୁ ମିଳିଛି । ଶନିବାର ଅପରାହ୍ନରେ ମୁରିବାହାଲ ସଦର ମହକୁମା ଅଞ୍ଚଳରେ ନିଜ ନିଜର ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରୀ କରୁଥିବା ୫ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ମୁରିବାହାଲ ବ୍ଲକସ୍ତରୀୟ ହିନ୍ଦୁ ସଚେତନତା ଓ ସୁରକ୍ଷା କମିଟିର କର୍ମକର୍ତ୍ତାମାନେ ଧରି ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ସେମାନଙ୍କ ଆଧାର କାର୍ଡ, ପାନ କାର୍ଡ, ଭୋଟର କାର୍ଡ, ଗାଡ଼ିର କାଗଜପତ୍ର ସହ ସେମାନେ କେଉଁଠି ରହୁଛନ୍ତି ସେ ସମ୍ପର୍କରେ ବ୍ୟାପକ ଯାଞ୍ଚ କରି ପଚରାଉଚରା କରିଥିଲା । ୫ଜଣଙ୍କୁ ବ୍ୟାପକ ପଚାରଉଚରା ପରେ ଏକ ଷ୍ଟେସନ ଡାଇରୀ କରାଯିବା ସହ ଆଉ କେବେବି ଯେମିତି ମୁରିବାହାଲ ଥାନା ଅଞ୍ଚଳକୁ ପଶି କୌଣସି ଜିନିଷ ବିକ୍ରୀ ନ କରନ୍ତି ସେହି ତାଗିଦ ସହ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଏଥିରେ କମିଟିର ସଭାପତି ବନବିହାରୀ ଯୋଶୀ, କାର୍ଯକାରୀ ସଭାପତି ରାଜୀବ କୁମାର ମହାନ୍ତି, ଉପ ସଭାପତି ସୁଧାଂଶୁ ଶେଖର ପୋଢ଼, କୋଷାଧ୍ୟକ୍ଷ ଭରତ ଦାସ, ସଂଯୋଜକ ଦିବ୍ୟସୁନ୍ଦର ସାହୁ, ପଦ୍ମଲୋଚନ ସାହୁ, କରନ ଜାଲଙ୍କ ସହ କମିଟିର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.