ଆଜାଦିକା ଅମୃତ ମହୋତ୍ସବ ଅବସରରେ ଛତ୍ରପୁର ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦିକା ଅମୃତ ମହୋତ୍ସବ ଅବସରରେ ଛତ୍ରପୁର ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଛତ୍ରପୁରର ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁନିସିପେଣ୍ଠ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସୌଜନ୍ୟରେ ଛତ୍ରପୁର ରୋଟାରୀ କ୍ଲବ ସହଯୋଗରେ ଆୟୋଜିତ ଏହି ସ୍ବାସ୍ଥ୍ୟ ମେଳାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛତ୍ରପୁର ବିଡିଓ ଶାରଦା ପ୍ରସନ୍ନ ପଣ୍ଡା, ଛତ୍ରପୁର ଏନ୍‌.ଏ.ସି. ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଭି. ସରୋଜିନୀ ଦେବୀ, ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ସୁଦର୍ଶନ ସାହୁ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ମଞ୍ଚାସୀନ ହୋଇଥିଲେ । ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମେଳାର ସଂଯୋଜକ ଦିଲୀପ ପଣ୍ଡା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ରୋଟାରୀ କ୍ଲବର ପୂର୍ବତନ ସଭାପତି ଏମ. ଧନଞ୍ଜୟ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ୫୩୬ ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ସହ ଆବଶ୍ୟକୀୟ ଔଷଧ ବିତରଣ କରାଯାଇଥିଲା । ମେଳାରେ ଭେଷଜ, ଆୟୁର୍ବେଦ ଓ ହୋମିଓ ଚିକିତ୍ସା ସହ ଯୋଗାଚାର୍ଯ୍ୟ ଲୀପକ ସାହୁ ଯୋଗ ଜରିଆରେ ଶରୀର ଚର୍ଯ୍ୟା ସମ୍ପର୍କିତ ତାଲିମ ପ୍ରଦାନ କରିଥିବା ବେଳେ ଶିଶିର ଶତପଥି ଓ ରବି ଶତପଥି ଦାସକାଠିଆ ଜରିଆରେ ସଚେତନତା କରାଇଥିଲେ । ବିପିଏମ୍‌ ସିମାଞ୍ଚଳ ପ୍ରଧାନ ଏବଂ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

Leave A Reply

Your email address will not be published.