oom

ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ପ୍ରସ୍ତୁତି ବୈଠକ ଓ ସ୍ଵାଗତ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ପଞ୍ଚାୟତ ଲଉଡମାଲ ଗ୍ରାମରେ ଅବସରପ୍ରାପ୍ତ ଉଚ୍ଚ ବିଭାଗ ଅଧିକାରୀ ତଥା ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ଏକ ଲକ୍ଷେ ଘର ଗଣ୍ଡା ସମାଜର ପ୍ରସ୍ତୁତି ବୈଠକ ତଥା ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭାରତ ରତ୍ନ ଆଇନ୍ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଆସନ୍ତା ଜାନୁଆରୀ ୪ ତାରିଖ ସୋମବାର ସକାଳ ୧୦ ଟାରେ ସାମାଜ ସଂଗଠକ ତଥା ସଂଗ୍ରାମୀ ସ୍ଵର୍ଗତ ରାଏଧର ଲୁହାରଙ୍କ ୧୬ତମ ସ୍ମୃତି ସଭା ମିଠାପାଲି ବିକ୍ରମ ନଗର ସ୍ଥିତ ନିଜ ବାସଭବନରେ ଆୟୋଜନ କରିବା ପାଇଁ ତାଙ୍କର ଏକ ମାତ୍ର ସୁପୁତ୍ର କ୍ଷେତ୍ରୀ ଲୁହାର ଘୋଷଣା କରିଥିଲେ ଏବଂ ସମସ୍ତଙ୍କୁ ଆସିବା ପାଇଁ ଅନୁରୋଧ କରିଥିଲେ । ସେଥିପାଇଁ ପ୍ରସ୍ତୁତି ଏଜେଣ୍ଡା ତିଆରି କରାଯାଇଥିଲା । ତାପରେ କଳା ଓ ସଂସ୍କୃତି କ୍ଷେତ୍ରରେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା, ପଶ୍ଚିମ ଓଡିଶା ଦଳିତ ଅଧିକାର ମଞ୍ଚ ପାଇକମାଲ ବ୍ଲକ ସଭାପତି ଏବଂ ପାଇକମାଳ ବ୍ଲକ କଳା ସଂସ୍କୃତି ସଂଘର ନୂତନ ଉପସଭାପତି ଭାବେ ଜିଲ୍ଳା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ନିଯୁକ୍ତି ପାଇଥିବାରୁ ମାଣ୍ଡୋସିଲ ଗ୍ରାମର ଲଲିତ ଜଗତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଭାରେ ମିଠାପାଲି ସର୍କଲ ସଭାପତି ଯୁଧିଷ୍ଠିର ଚାନ୍ଦ, ପାଇକମାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସାମାଜ ସମ୍ପାଦକ ଦେବାର ଛତର, ଝିଟକି ପଞ୍ଚାୟତ ସମ୍ପାଦକ ଗଣେଶ ସୁନା, ସମାଜସେବୀ ଦୁଃଶାସନ କୁମ୍ଭାର, ପଦ୍ମପୁର ଉପଖଣ୍ଡ ସର୍କଲ ସଭାପତି ଧନୁ ଦୀପ, ସମ୍ପାଦକ ଗୟାଧର ଭୋଇ, ସମାଜସେବୀ ମୋହନ ଜଗତ, ଆଦି ସୁନା ତଥା ମହିଳା କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.