oom

ସ୍ୱଦେଶୀ ଦିବସ : ରାଜୀବ ଦୀକ୍ଷିତ (ରାଷ୍ଟ୍ରବନ୍ଧୁ)ଙ୍କ ଆବିର୍ଭାବ ଓ ତିରୋଧାନ ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ଠାରେ ରାଜୀବ ଦୀକ୍ଷିତଙ୍କ ଜୟନ୍ତୀ ଅବସରରେ ସନ୍ଦୀପ ବାଗଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ରାଜୀବଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟର୍ପଣ କରିବା ପରେ ରାଜୀବଙ୍କ ବିଚାର ଉପରେ ଏକ ଆଲୋଚନା ହୋଇଥିଲା । ବିଶେଷ ପରି ସ୍ୱଦେଶୀ ଚିନ୍ତାର ଚିକିତ୍ସା ଓ ସ୍ୱଦେଶୀ କୃଷି ଉପରେ ଉପସ୍ଥିତ ସଭ୍ୟମାନେ ନିଜର ମତ ରଖିଥିଲେ । ଶେଷରେ ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଆଗାମୀ କାର୍ଯ୍ୟକ୍ରମକୁ ପ୍ରତି ମାସରେ ତାଙ୍କ ବିଚାରକୁ କେମିତି ପ୍ର·ର ପ୍ରସାର କରାଯାଇ ପାରିବ ତାକୁ ନେଇ ପ୍ରତି ମାସରେ ଏକ ବୈଠକ କରାଯିବ । ଜଗନ୍ନାଥ ପ୍ରସାଦ ମହାରଣା, ସତ୍ୟ ବନଛୋର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ରଶ୍ମି ରଂଜନ ହୋତା, ସତ୍ୟନାରାୟଣ ଦାଶ, ଜୟନାରାୟଣ ନାଏକ, ସରୋଜ ସାହୁ, ଦିବାକର ମେହେର, ହୃଷିକେଶ କୁମାର ସାହୁ, ସଦାନନ୍ଦ ଦେବତା, ସିଦେ୍ଧଶ୍ୱର ମିଶ୍ର, ଦୀପକ କୁମାର ଗଡୁଆ, ସୌମ୍ୟରଂଜନ ମହାରଣା ପ୍ରମୁଖ ଉପସ୍ଥିତ ଥିବା ବେଳେ ସିଦେ୍ଧଶ୍ୱର ମିଶ୍ର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.