ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ : ପରିଷ୍କାର ପରିଛନ୍ନ କଲେ ଛାତ୍ରୀ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଓ ଉପଦେଷ୍ଟା ଡକ୍ଟର ନେପାଳ ସେଠିଙ୍କ ନେତୃତ୍ୱରେ ଯୁବ ରେଡକ୍ରସ ସକ୍ରିୟ ସଭ୍ୟାମାନଙ୍କ ଦ୍ୱାରା ଏହା ପାଳିତ ହୋଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଥିବା ଅନାବନା ଘାସ, ଅଳିଆ ଆବର୍ଜନାକୁ ସଭା କରାଯାଇଛି । କାର୍ଯ୍ୟକ୍ରମରେ ରେଡକ୍ରସ ସ୍ୱେଛାସେବୀ ଅରୁପା ମୁଗ୍ରି, ଲିଜା ହୋତା, ଲିପି ଠାକୁର, ରଶ୍ମିତା ସାହୁ, ଆକାଂକ୍ଷା ଭୋଇ, ଅନିତା ରଣା, ନିକିତା ନାଏକ, ଅର୍ପିତା ଠାକୁର ସହ ଅଧ୍ୟାପିକା ଅଧ୍ୟାପକ ସାମିଲ ଥିଲେ । ସେହିପରି ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏବଂ ଅଧ୍ୟାପିକା, ଅଧ୍ୟାପକମାନଙ୍କ ଦ୍ୱାରା ମଧ୍ୟ ସ୍ୱତନ୍ତ୍ର ଭାବେ ସ୍ୱଛତା ଅଭିଯାନ କରାଯାଇଛି । ବିଦ୍ୟାଳୟ ପରିସରରେ ଥିବା ଅଳିଆ ଆବର୍ଜନା ସଫା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରମେଶ ପୂଜାହାରୀ, ଦେବେନ୍ଦ୍ର ପଣ୍ଡା, ଭାସ୍କର ମେହେର, ଅଧ୍ୟାପିକା ଡକ୍ଟର ମିଲି କର, ଡକ୍ଟର ସସ୍ମିତା ପଟ୍ଟନାୟକ, ଗ୍ରନ୍ଥାଗାର ରକ୍ଷକ ମନୋଜ ସାହୁ ପିଇଟି ଜ୍ୟୋତିରାଣି ମହାନ୍ତି, ପିଙ୍କି ନାଗ, ଲବ ପଧାନ, ସରସ୍ୱତୀ ମହାନନ୍ଦ ଓ ଶତାଧିକ ଛାତ୍ରୀ ସାମିଲ ଥିଲେ ।

Leave A Reply

Your email address will not be published.