ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ସ୍ଥାନ ଭଳି ବୁଧବାର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳର ଜୀବନ ଜୀବିକା ଯୋଜନାର ଚୟନ ହୋଇଥିବା ଭିନ୍ନକ୍ଷମ ଭାଇଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପ ଜିଲପାଳ ଅନିଲ କୁମାର ସେଠୀ, ଭଞ୍ଜନଗର ଅତିରିକ୍ତ ଉପ ଜିଲପାଳ, ବିଶ୍ଵରଞ୍ଜନ କର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭିନ୍ନକ୍ଷମ ଭାଇଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କରିଥିଲେ । ଏଥିରେ ଭିନ୍ନକ୍ଷମ ଭାଇଭଉଣୀ ମାନେ ନିଜେ ଆଥିକ ସ୍ଵବଲମ୍ବୀ ହୋଇପାରିବେ ବୋଲି ବିଧାୟକ ପରିପ୍ରକାଶ କରିଥିଲେ । ଏଥିରେ ଭଞ୍ଜନଗର ଉପ ଖଣ୍ଡର ୭ଟି ବ୍ଲକ ଯଥା ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ସୋରଡା, ଆସିକା, ଧରାକୋଟ, ବୁଗୁଡା ଯଥା ୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର, ବେଲଗୁଣ୍ଠା, ସୋରଡା, ଆସିକା ଓ ବୁଗୁଡାର ହିତାଧିକାରୀଙ୍କୁ ୧୨ ଜଣଙ୍କୁ ୧୨ଟି ଇ-ରିକ୍ସା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ଏବଂ ସାମ୍ବାଦିକ ବନ୍ଧୁମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ମୁକେଶ ଡାକୁଆ ଓ ଭାରତୀ ବିଶୋଈ ସହଯୋଗ କରିଥିଲେ ।