ସଫଳତାର ଅନ୍ୟ ନାଁ ବଲାଙ୍ଗିରର ଶୁଭମ ଦର୍ଜୀ

ଯୁବ ଉଦ୍ୟୋଗୀ ତଥା ୟଙ୍ଗ୍‌ ଷ୍ଟାର୍‌ ଶୁଭମ୍‌ କୁମାର ଦର୍ଜୀ । ଏହି ନାଁ ଏବେ କିଏ ବା ନ ଜାଣେ । ଯୁବପୀଢୀ ଠୁ ଆରମ୍ଭ କରି ଏବେ ସମସ୍ତଙ୍କ ମୁହଁରେ ରହିଛି ଶୁଭମ୍‌ଙ୍କ ନାଁ । ଯୁବପୀଢୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ବଲାଙ୍ଗିର ସହରର ରାଧାରାଣୀପଡ଼ା ନିବାସୀ ଶୁଭମ୍‌ ଦର୍ଜୀ । ଶୁଭମ ଆଜି ଏଇଟା ପ୍ରମାଣିତ କରିଛନ୍ତି ଯେ, ଏହି ଦୁନିଆରେ ଛୋଟ ବଡ଼ କିଛି ନାହିିଁ । ବାଶ୍‌ ସଫଳତା ପାଇବାକୁ ହେଲେ ନିଜର ଦୃଢ ଇଚ୍ଛା ଶକ୍ତି ବଳରେ କଠିନ ପରିଶ୍ରମ କରିବାକୁ ପଡିଥିାଏ । ଯାହାର ଜ୍ୱଳନ୍ତ ଉଦାହରଣ ଶୁଭମ୍‌ ନିଜେ ।

ଶୁଭମ୍‌ଙ୍କ ବାପାଙ୍କ ଏକ ଛୋଟ କିରାନା ଦୋକାନ ରହିଥିଲା । ଶୁଭମ୍‌ ପାଠ ପଢ଼ା ସାରିବା ପରେ ସେହି କିରାନା ଦେକାନ ଠୁ ହିଁ ନିଜର ବୁଦ୍ଧି ଖଟାଇ ବ୍ୟବସାୟ ପ୍ରତି ମନ ବଳାଇଲେ ଆଉ ଆଜି ସେ ଗୋଟିଏ କି ଦୁଇଟି ନୁହେଁ ରାଜ୍ୟରେ ଚର୍ଚ୍ଚିତ ତିନି ତିନିଟି ବ୍ୟବସାୟ କ୍ଷେତ୍ରର ମାଲିକ । ନିଜ ଉଦ୍ୟମରେ ପ୍ରଥମେ ଅତ୍ୟାଧୁନିକ ଜିମ୍‌ ସେଣ୍ଟର୍‌ ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ନେସ୍‌ କ୍ଲବ, ଏହା ପରେ ସ୍କାଏ ଲଂଚ୍‌ କାଫେ ଆଉ ସାଇ ଡେ଼ଭଲପର୍ସ କନ୍‌ଷ୍ଟ୍ରକ୍‌ସନ୍‌ ବ୍ୟବସାୟ ଆରମ୍ଭ କରିପାରିଛନ୍ତି ଶୁଭମ୍‌ । ଏହାକୁ ନେଇ ଏବେ ଲୋକେ ତାକୁ ୟଙ୍ଗ୍‌ ଷ୍ଟାର୍‌ ଶୁଭମ୍‌ ବୋଲି କହୁଛନ୍ତି । ଶୁଭମ୍‌ ଖାଲି ୟଙ୍ଗ୍‌ ଷ୍ଟାର୍‌ ନୁହେଁ ସେ ଜଣେ ଭଲ ସମାଜସେବୀ ମଧ୍ୟ । ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ଶୁଭମ ସବୁ ବେଳେ ଚିନ୍ତିତ ଥାଆନ୍ତି । ଖାଦ୍ୟ ବଣ୍ଟନର କଥା କହୁନ୍ତୁ କି ସହରରେ ଗଛ ଲଗାଇବାର କଥା କୁହନ୍ତୁ ଶୁଭମ୍‌ ସବୁ ଠାରେ ଆଗୁଆ । ଆଉ ଏହି ସବୁ ପାଇଁ ଆଜି ଶୁଭମ୍‌ ବଲାଙ୍ଗିର ମାଟି ଠୁ ନୂଆଦିଲ୍ଲୀ ପର୍ୟ୍ୟନ୍ତ ପହଂଚି ପାରିଛନ୍ତି ।

ପ୍ରଥମେ ଏଡ଼୍‌ ଇନୋଭା ଆୱାର୍ଡ ସେର୍‌ମୋନୀ କାର୍ୟ୍ୟକ୍ରମରେ ଇଣ୍ଡିଆର ଟପ୍‌ ୫୦ ଉଦ୍ୟୋଗୀ ମଧ୍ୟରୁ ଶୁଭମଙ୍କ ନାଁ ଥିବା ବେଳେ ସେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମିର୍‌ ରଂଜନ ନେଗୀଙ୍କ ଠୁ ସମାନ୍ନିତ ହୋଇଥିଲେ । ଏବେ ପୁଣି ଥରେ ରିଅଲ୍ ଇଷ୍ଟେଟ୍, ଫିଟନେସ୍, ଏବଂ ସମାଜସେବା କ୍ଷେତ୍ରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆନ୍ ଡ଼ଜଲିଙ୍ଗ୍ ଆୱାର୍ଡରେ ୩୧ ବର୍ଷିୟ ଯୁବ ଉଦ୍ୟୋଗୀ ଶୁଭମ୍ ବଲିଉଡ ଡିଭା ଜରିନ୍ ଖାନଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ।

ଏଥିପାଇଁ ଶୁଭମଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯିବା ସହ ପ୍ରଶଂସା କରାଯାଇଥିବା ବେଳେ ଶୁଭମ ଆଜିର ଯୁବ ସାମଜ ପାଇଁ ଉଦାହରଣ ପାଲଟିଛନ୍ତି । ଯେଉଁ ଯୁବକମାନେ ନିଶାଗ୍ରସ୍ତ ହେବା ସହ ପଥଭ୍ରଷ୍ଟ ହେଉଛନ୍ତି ସେମାନେ ନିହାତି ଭାବେର ଶୁଭମ୍‌ଙ୍କ ଠୁ ଶିଖିବା ଦରକାର ।

ସମାଜ ସେବା କ୍ଷେତ୍ରରେ ଆଗୁଆ ଶୁଭମ
ଖରା ହେଉ କି ବର୍ଷା ସବୁ ସମୟରେ ଅସହାୟଙ୍କ ପାଇଁ ଦୁଃଖ ସୁଃଖର ସାଥୀ ହୋଇ ଛିଡ଼ା ହୁଅନ୍ତି ଶୁଭମ ଦର୍ଜୀ । ମୁଖ୍ୟତଃ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲରେ ରୋଗୀଙ୍କ ସମ୍ପର୍କୀୟ କିମ୍ବା ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନର କଥା କୁହନ୍ତୁ କି ଗଛ ଲଗାଇବା କଥା କହୁନ୍ତୁ ସବୁ ସମୟରେ ଛିଡ଼ା ହୁଅନ୍ତି ଶୁଭମ । ନିଜର ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ କିଛି ସମୟ ବାହାର କରି ସମାଜ ପାଇଁ ତଥା ଅସହାୟ ମାନଙ୍କ ସେବା ପାଇଁ ଶୁଭମ୍‌ ସବୁ ସମୟରେ ଚିନ୍ତିତ । ଏଥିପାଇଁ ତ ସେ ରାସ୍ତା କଡ଼ରେ ଠିଆ ହୋଇଥିବା ଅସହାୟ ଠୁ ନେଇ ହସପିଟାଲ ପରିସରରେ ପଡ଼ିଥିବା ଅସହାୟ ନିଷ୍କପଟ ସମସ୍ତଙ୍କର ପ୍ରିିୟ ହୋଇ ପାରିଛନ୍ତି ଶୁଭମ ।

ଶୁଭମ ଓ ତାଙ୍କରି ଫିଟ୍‌ନେସ୍‌ କ୍ଲବ
ମିଶନ ଫିଟ୍‌ ବଲାଙ୍ଗିରର ସ୍ୱପ୍ନ ନେଇ ଯିଏ ନିଜର ଫିଟ୍‌ନେସ୍‌ ଜୀବନ ଆରମ୍ଭ କରିଥିବେ, ସିଏ କେମିତିବା ଚର୍ଚ୍ଚାରେ ନ ଆସିବେ । ଏବେ ତାଙ୍କୁ ନେଇ ଘରେ ଘରେ ଚର୍ଚ୍ଚା । ବଲାଙ୍ଗିର ମାଟିର ୟଙ୍ଗେଷ୍ଟ ହୁଅନ୍ତ କି ଓଲ୍‌ଡେ଼୍‌ଷ୍ଟ ସବେ କେିମିତି ନିଜ ସ୍ୱାସ୍ଥ୍ୟକୁ ଭଲ ଭାବରେ ରଖିବେ ଓ ନିଜକୁ ଫିଟ୍‌ ରଖିବେ ସେହି ଦୃଷ୍ଟି ହିଁ ଶୁଭମ ନିଜ ଉଦ୍ୟମରେ ଆରମ୍ଭ କରିଥିଲେ ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ନେସ୍‌ କ୍ଲବ । ଯେଉଁଟା କି ଅନ୍ୟ ଫିଟ୍‌ନେସ୍‌ କ୍ଲବ ଠୁ ସାର୍ଭିସ ଯୋଗାଇବା କ୍ଷେତ୍ରରେ ହେଉ କି ଅନ୍ୟ ସବୁ ସୁବିଧା ସୁଯୋଗ ଯୋଗାଇବା କ୍ଷେତ୍ରରେ ହେଉ, ବେଶ୍‌ ଆଗୁଆ ହେବା ସହ ଦି ବେଷ୍ଟ ମଧ୍ୟ ହୋଇଛି । ତେବେ ଏହି ଫିଟ୍‌ନେସ୍‌ କ୍ଲବକୁ ଖାଲି ବଲାଙ୍ଗିର ସହରର ଲୋକେ ଆସୁ ନାହାନ୍ତି ସାରା ପଶ୍ଚିମ ଓଡ଼ିଶାର ଲୋକେ ଆସୁଛନ୍ତି ଓ ଉପଭୋଗ ମଧ୍ୟ କରୁଥିବା ବେଳେ ଶୁଭମ୍‌ ଖାଲି ତାଙ୍କ କ୍ଲାଇଣ୍ଟ ମାନଙ୍କୁ ଫିଟ୍‌ କରୁ ନାହାନ୍ତି ସେ ନିଜେ ମଧ୍ୟ କମାଲ ବଡ଼ି ରଖିବା ସହ ୩୧ ବର୍ଷ ବୟସରେ ବି ଚମତ୍‌କାର ଚମକୁଛନ୍ତି । ଏଥିପାଇଁ ଶୁଭମ୍‌ଙ୍କୁ ନେଇ ଏବେ ଲୋକେ କମାଲ ବଡ଼ି ସହ ତାଙ୍କରି କମାଲ କା ଫିଟ୍‌ନେସ୍‌ କ୍ଲବ, ୱା ଦି ବେଷ୍ଟ ବୋଲି କହୁଛନ୍ତି ।

ଗ୍ରାହକଙ୍କ ଗୋଟିଏ ହିଁ ଚଏସ୍‌ ଶୁଭମ୍‌ଙ୍କ ସ୍କାଏ ଲଂଚ କାଫେ
ସମସ୍ତଙ୍କର ଗୋଟିଏ ଇଚ୍ଛା ଥାଏ ଯେ, ଆମେ ବି କୋଉ କାଫେକୁ ଯିବୁ ଆଉ ଖୋଲା ଆକାଶ ତଳେ ବସିକି ଖାଇବୁ । ହେଲେ ଏହା ସମ୍ଭବ ହୋଇ ପାରୁ ନଥିଲା । କିନ୍ତୁ ଏ ସବୁକୁ ଦୃଷ୍ଟିରେ ରଖି ଶୁଭମ୍‌ ବଲାଙ୍ଗିର ମାଟିରେ ପ୍ରଥମ ଥର ପାଇଁ ଆରମ୍ଭ କରିଥିଲେ ରୁଫ୍‌ ଟପ୍‌ କାଫେ । ଆଉ ତାହାର ନାଁ ଦେଇଥିଲେ ସ୍କାଏ ଲଂଚ୍‌ କାଫେ । ଏହି ସ୍କାଏ ଲଂଚ୍‌ କାଫେରେ ଖାଲା ଆକାଶ ତଳେ ବସି ଟେଷ୍ଟି ଟେଷ୍ଟି ଖାନା ଖାଇବାର ମଜା ଗୋଟିଏ ଅଲଗା । ଯିଏ ଖାଇଛି ସେ ହିଁ ଜାଣିଛି ଏହାର ମଜା । ଭଲ ରେଟ୍‌ ସହ ଭଲ ଖାଦ୍ୟ ଯୋଗାଇବାରେ ସ୍କାଏ ଲଂଚ୍‌ କାଫେ ଅନ୍ୟ କାଫେଠୁ ଢେର ଗୁଣା ଭଲ । ଏଥିପାଇଁ ତ ଏହ କାଫେକୁୁ ଓଡ଼ିଶା ତ ଓଡ଼ିଶା, ବିଦେଶରୁ ବି ଲୋକେ ଖାଇବାକୁ ଆସନ୍ତି ଓ ଏଠାରେ ଖାଇବାର ମଜା ନେଇ ଭଲ ରେଟିଙ୍ଗ୍‌ ମଧ୍ୟ ଦିଅନ୍ତି ।

ଶୁଭମଙ୍କ ସାଇ ଡେଭଲପର୍ସ
ଶୁଭମଙ୍କ ସାଇ ଡେଭ୍‌ଲପର୍ସ ନାମକ ଏକ କନ୍‌ଷ୍ଟ୍ରକ୍‌ସନ୍‌ ବ୍ୟବସାୟ ମଧ୍ୟ ରହିଛି । ଯେଉଁଟାକି ଖାଲି ବଲାଙ୍ଗିର ମାଟି ନୁହେଁ ସାରା ଓଡ଼ିଶା ମାଟିରେ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି । ଲୋକଙ୍କ ଭରସା ଓ ବିଶ୍ୱାସର ସାଥୀ ହୋଇ ଏହି ସାଇ ଡେଭ୍‌ଲପର୍ସ କନ୍‌ଷ୍ଟ୍ରକ୍‌ସନ୍‌ ୟୁନିଟ୍‌ ସବୁବେଳେ ଛିଡ଼ା ହୋଇଛି । ସେଥିପାଇଁ ଅନ୍ୟ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନୀ ଠୁ ଶୁଭମଙ୍କ ସାଇ ଡେଭ୍‌ଲପର୍ସ ଏବେ ଲୋକଙ୍କ ହୃଦୟରେ ଘର କରି ପାରିଛି ।

Leave A Reply

Your email address will not be published.