oom

ସୁଭଦ୍ରା ଯୋଜନାକୁ ସଫଳ ରୂପାୟନ ପାଇଁ ବଲାଙ୍ଗିରରେ ଆରମ୍ଭ ହେଲା ପଦଯାତ୍ରା ଓ ସ୍ଵାକ୍ଷର ପ୍ରଚାର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ପ୍ରତ୍ୟେକଟି ମହିଳା ହେବେ ସ୍ୱାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି । ବଲାଙ୍ଗିରରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ, ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ରବିବାର ଦିନ ଜିଲ୍ଲା ସଦର ମହକୁମା ସ୍ଥିତ କଲେକ୍ଟୋରେଟ ଠାରୁ କୋଶଳ କଳା ମଣ୍ଡଳ ପଡିଆ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରା ଯାଇଥିଲା। ଏହି ପଦଯାତ୍ରାରେ ୩୦୦ରୁ ଅଧିକ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେବା ସହ ସ୍ଵାକ୍ଷର ପ୍ରଚାରରେ ନିଜକୁ ସାମିଲ କରିଥିଲେ । ଏହି ପଦ ଯାତ୍ରା ବେଳେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର , ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ବିଜୟାନନ୍ଦ ସେଠୀ , ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର , ଡିପିସି ମିଶନ ଶକ୍ତି ସୁମନ ଦ୍ୱିବେଦୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ମହିଳା ମାନେ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ। ସୂଚନା ଥାଉକି, ଏହି ଯୋଜନାରେ ହିତାଧିକାରୀମାନେ ସୁବିଧା ପାଇବା ପାଇଁ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ମାଗଣାରେ ଆବେଦନପତ୍ର ନେଇ ଦାଖଲ କରାଇବେ । ଯେଭଳି ଯୋଗ୍ୟ ହିତାଧିକାରୀ ମହିଳା କେହି ବଂଚିତ ରହିବେ ନାହିଁ ସେ ଦିଗରେ ଜିଲ୍ଲା ପ୍ରଶାସନ ସଂପୁର୍ଣ୍ଣ ଦୃଷ୍ଟି ଦେଉଛି ଏବଂ କେହି ଯଦି ଠକାମିର ସୁରାକ ମିଳିବା ମାତ୍ରକେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରେସ ବିବୃତି ମାଧ୍ୟମରେ କହିଥିଲେ। ଆଜିର ଏହି ପଦଯାତ୍ରା, ସମଗ୍ର ଜିଲ୍ଲାରେ ପ୍ରତିଟି ବ୍ଲକ, ଗ୍ରାମ ପଂଚାୟତ ଏବଂ ଜିଲ୍ଲାସ୍ତରରେ ଆୟୋଜନ କରାଯାଇ ସମସ୍ତ ଜନସାଧାରଣଙ୍କୁ ଏହି ଯୋଜନା ବିଷୟରେ ସଚେତନତା ତଥା ଅବଗତ କରାଯାଇଛି । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ, ଭୁବନେଶ୍ୱର ଠାରେ ଏହି ଯୋଜନାର ସଫଳ ଉଦ୍‌ଘାଟନ କରିବେ ।

jittmm
Leave A Reply

Your email address will not be published.