ବଡବନ୍ଧ ଶ୍ରୀ ରାମଲୀଳାର ସୁବର୍ଣ୍ଣ ଜୟନ୍ତୀ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଗାଁରେ ୧୯୭୩ ମସିହାରୁ ଆରମ୍ଭ ହୋଇଥିବା ଶ୍ରୀ ରାମଲୀଳା ନାଟକକୁ ଚଳିତ ବର୍ଷ ୫୦ବର୍ଷ ପୂର୍ବ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଅନିଲ ପତି, ସଭାପତି ଲିଙ୍ଗରାଜ ପଧାନ, ସମ୍ମାନିତ ଅତିଥି ଭାବେ ଜଗବନ୍ଧୁ ମେହେର, ସନାତନ ମେହେର, ଭଗୀରଥ ମେହେର, ଦାଶରଥ ବଗର୍ତୀ ଯୋଗଦେଇଥିଲେ । ପୂଜକ ସୁଦର୍ଶନ ପୁରୋହିତ ଦାୟିତ୍ଵ ତୁଲାଇଥିଲେ । ବିଶ୍ଵନାଥ ପୁରୋହିତ, ଜଗଦୀଶ ପଧାନ, ଗୌରାଙ୍ଗ ବେମାଲ, ରାଘବ ଗଡତ୍ୟା, ଗୋପାଳ ରଣା ଓ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆରମ୍ଭ କରିଥିବା ପୁରାତନ ବୈଜ୍ୟୈଷ୍ଠ କଳାକାରମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.