om academy

ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

jsm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସଂସ୍କୃତି ସଂପନ୍ନ ବୌଦ୍ଧ ଜିଲ୍ଲା ନାମିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଓ ଫଟୋ ଚିତ୍ରିତ କରାଯାଇଛି । ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଚଳିତ ବର୍ଷ ବୁଦ୍ଧ ପୁର୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧ ଜୟନ୍ତୀ ପାଳିତ ହେବା ସହ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲାକୁ ସ୍ଥାନୀୟ ଛୁଟି ଦିବସ ଘୋଷଣା କରିଥିଲେ । ଏଥି ସହିତ ଅହିଂସା ଧର୍ମକୁ ପାଳନ କରିବା ପାଇଁ ସେହିଦିନ ଘରେ ଘରେ ପିଠାପଣା କରାଯାଇଥିଲା ଏବଂ ସେହି ଦିନ ଆମିଷ ବଜାର ସମ୍ପୂର୍ଣ ବନ୍ଦ ରହିଥିଲା । କିଛିଦିନ ତଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲା କୋଷାଗାର ନିକଟରେ ଥିବା ୧୦୦ ବର୍ଷର ପୁରୁଣା ନିମ୍ବ ଗଛରେ ବୁଦ୍ଧମୂର୍ତ୍ତି ଆକୃତିର ନକଲ ଅନୁଭବ କରି ଗଛରେ ଥିବା ନକଲଟିକୁ ପେଣ୍ଟିଙ୍ଗ କରିବାକୁ କହିଥିଲେ । ତଦନୁଯାୟୀ ଉକ୍ତ ଗଛରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଆକୃତିର ପେଣ୍ଟିଙ୍ଗ କରାଯାଇଥିଲା । ଆଗକୁ ଏଠାରେ ଏକ ଛୋଟ ସେଲଫି ପଏଣ୍ଟ କରାଯିବା ପାଇଁ ମଧ୍ୟ ଯୋଜନା ରହିଥିବା ସୂଚନା ଦିଆଯାଇଛି । ଜିଲ୍ଲା ପ୍ରଶାସନର ଏହି ସୁନ୍ଦର ଆଭିମୁଖ୍ୟ ରହିଥିବାରୁ ଜିଲ୍ଲାବାସୀ ଖୁବ ପ୍ରଶଂସା ଜଣାଇଛନ୍ତି ।

Leave A Reply

Your email address will not be published.