ବ୍ଲକ ସ୍ତରୀୟ ଲିଙ୍ଗ ଭିତ୍ତିକ ଘରୋଇ ହିଂସା ରୋକିବା ପାଇଁ ସ୍ମାରକ ପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ଦୂରୀକରଣ ନିମନ୍ତେ ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ବ୍ଳକର ମହିଳାମାନଙ୍କୁ ନେଇ ଏକ ୧୬ ଦିନିଆ ଅଭିଯାନ ଚାଲି ଆସୁଥିବା ବେଳେ ୧୦ତାରିଖ ମାନବଧିକାର ଦିନ ଏହାର ଅନ୍ତିମ ଅଭିଯାନ ରହିଥିଲା । ଗ୍ରାମରେ ସଚେତନ କାର୍ଯ୍ୟ କରି ଏହି ଅବସରରେ ବଲାଙ୍ଗିର ବ୍ଲକ ବିଡିଓ.ଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି । ସଂଗଠନର ସଭାନେତ୍ରୀ କ୍ଷୀରୋଦନୀ ପୋଡ଼, ସେବତୀ ଭୋଇ ଓ ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ବ୍ଲକର ସଂଯୋଜକ ସ୍ଵର୍ଣ୍ଣଲତା ନାୟକ ଏବଂ ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.