oom

ଶ୍ରୀରାମ ଜନ୍ମଭୂମି ନିଧି ସଂଗ୍ରହ ସମିତିର ସମୀକ୍ଷା ବୈଠକ : ଦେଓଗାଁ ଖଣ୍ଡରୁ ସଂଗ୍ରହ ହେଲା ୩ଲକ୍ଷ ୨୩ହଜାର ୧୭୫ଟଙ୍କା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଶିଶୁ ମନ୍ଦିରରେ ଶ୍ରୀରାମ ଜନ୍ମଭୂମି ନିଧି ସଂଗ୍ରହ ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଧି ସଂଗ୍ରହ ସମିତିର ସଭାପତି ମୋହନ ଲାଲ ସାମଲଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଦେଓଗାଁ ଖଣ୍ଡର ବିଭିନ୍ନ ଗାଁରୁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ମୋଟ ୩ଲକ୍ଷ ୨୩ ହଜାର ୧ଶହ ୭୫ଟଙ୍କା ସଂଗ୍ରହ କରାଯାଇ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ଅଯୋଧ୍ୟା ନାମରେ ଦେଓଗାଁ ଷ୍ଟେଟ ବ୍ୟାଙ୍କରେ ଜମା କରାଯାଇଥିବା ସମସ୍ତଙ୍କୁ ଜଣାଯାଇଥିଲା । ଏହି ଅଭିଯାନରେ ସହଯୋଗ କରିଥିବା ସମସ୍ତ ଗୁରୁଜୀ, ଗୁରୁମା ତଥା ଦେଓଗାଁ ଖଣ୍ଡର ସମସ୍ତ ଗ୍ରାମବାସୀଙ୍କୁ ସମିତି ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ବୈଠକରେ ବିଶ୍ୱ ହିନ୍ଦୁ ପରିଷଦର ସରୋଜ ନାଏକ, ପବିତ୍ର ଦାଶ, ଡ.ଶଶି ଭୂଷଣ ସାହୁ, ଜଗଦୀଶ ପାଧା ନ, ଶ୍ରୀକାନ୍ତ ଥାନାପତି, ସୌମ୍ୟରଂଜନ ପୁରୋହିତ ଏବଂ ଦେଓଗାଁ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ୟ୍ୟ ସୁଶିଲ ଦାସ ଉପସ୍ଥିତ ରହି ବୈଠକ ପରିଚାଳନା କରିଥିଲେ ।

ସୁଦର୍ଶନ ଦାସଜୀ ମହାରାଜ ବୈଠକର ମାର୍ଗଦର୍ଶନ କରି ଆଗାମୀ ଦିନରେ ଦେଓଗାଁ ଖଣ୍ଡରେ ହିନ୍ଦୁସଂସ୍କୃତିର ପୁନଃଜାଗରଣ ପାଇଁ ସଂଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସରୋଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.