ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଯତୀଶ ଖମାରୀଙ୍କ ବିୟୋଗରେ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଯତୀଶ ଖମାରୀଙ୍କ ବିୟୋଗରେ ଏକ ଶ୍ରଦ୍ଧାଂଜଳି ସଭା ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପ୍ରାରମ୍ଭରେ ସ୍ୱର୍ଗତ ଯତୀଶଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସାମ୍ବାଦିକ ବୃନ୍ଦ ଶ୍ରଦ୍ଧାଂଜଳି ପ୍ରଦାନ ପୂର୍ବକ ଧୂପ ଓ ପୁଷ୍ପ ପ୍ରଦାନ କରିଥିଲେ । ଏହା ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜଣେ ନିର୍ଭିକ, ନିଷ୍ଠାପର, ପରୋପକାରୀ, ଶ୍ରଦ୍ଧାଳୁ ସାମ୍ବାଦିକଙ୍କୁ ବଲାଙ୍ଗିର ଜିଲ୍ଲା ହରାଇଛି ବୋଲି ଉପସ୍ଥିତ ସାମ୍ବାଦିକମାନେ ମତପ୍ରକାଶ କରିଛନ୍ତି । ଏହି ଶୋକସଭାରେ ସଂଘ ସଭାପତି ଶ୍ରୀ ପୂଜାରୀଙ୍କ ସହ ମଂଚାସୀନ ଥିଲେ ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା ଓ ଗୋପବନ୍ଧୁ ଶତପଥୀ । ସ୍ମୃତିଚାରଣ କରି ନିଜ ନିଜର ମତ ପ୍ରଦାନ କରିଥିଲେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ସଂଦୀପ କୁଅଁର, ଦୀପକ ପୁରୋହିତ, ସୁଧୀର ମିଶ୍ର, ବିଶ୍ୱଜିତ ଦାଶ, ଚନ୍ଦ୍ରଭାନୁ ମୋଲାନା । ସାଂଗଠାନିକ ସଂପାଦକ ଶରତ ମିଶ୍ର, ସାମ୍ବାଦିକ ଘଟେଶ୍ୱର ମିଶ୍ର, ନିରୋଜ ମିଶ୍ର, କରୁଣାକର ପଧାନ, ସଚ୍ଚିଦାନନ୍ଦ ବଗର୍ତ୍ତି, ଗୁପ୍ତେଶ୍ୱର ପୃଷ୍ଟି, ରାଜୀବ ଷଡ଼ଙ୍ଗୀ, ଚିତ୍ତରଂଜନ ସାହୁ, ସଂଜୟ ମିଶ୍ର, ବିରେନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.