om academy

ଅପହୃତା ଶିଶୁକନ୍ୟା ଉଦ୍ଧାର

jsm

ସୁନ୍ଦରଗଡ଼/ଦେବଗଡ଼ : ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର । ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ । ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ମହିଳା ଉଦ୍ଧାର କରିଥିଲେ । ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଦେଖିବା ପରେ ତାକୁ ଉଦ୍ଧାର କରିଥିଲେ । ପରେ ସେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି ନାବାଳିକାକୁ ନିଜ ହେପାଜତକୁ ଆଣିଥିଲା । ଏବେ ଦେବଗଡ଼ ପୁଲିସ ପିହୁକୁ ଆଣିବା ଲାଗି ବଡ଼ଗାଁକୁ ଯାଉଛି । ଅପହରଣକାରୀମାନେ ଦେବଗଡ଼ରୁ ଅପହରଣ କରି ଆଣିବା ପରେ ଭୟରେ ହେଉ କି ଅନ୍ୟ କୌଣସି କାରଣରୁ ନାବାଳିକାକୁ ସେଠାରେ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି । ଶିଶୁଟି ବିଶେଷ କିଛି କହିପାରୁନି । ବଡ଼ଗାଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁୟାୟୀ, ଦେବଗଡ଼ ସହରର ଡେଲି ମାର୍କେଟ ଛକରେ ରହୁଥିବା‌ କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬) ଗତକାଲି ସଂଧ୍ୟା ସମୟରେ ନିଜ ଆଈ ସହିତ ଟିଉସନରୁ ଘରୁକୁ ଫେରୁଥିଲେ । ସେହି ସମୟରେ ଜନଗହଳିପୂର୍ଣ୍ଣ ମାର୍କେଟ ଛକ ନିକଟରେ ୨ ଅଜଣା ଦୁର୍ବୁତ୍ତ ପିହୁଙ୍କ ଆଈଙ୍କୁ ତାଙ୍କ ଘର ସମ୍ମୁଖରେ ଧକ୍କା ଦେଇ ପିହୁକୁ ବାଇକରେ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଏନେଇ ପିହୁଙ୍କ ପରିବାର ଲୋକ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଆଦର୍ଶ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପିହୁକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା ।

Leave A Reply

Your email address will not be published.