ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ଷ୍ଟ୍ରିମ୍‌

ଭୁବନେଶ୍ୱର : ଶିକ୍ଷାରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ଷ୍ଟ୍ରିମ । ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସମୀର ରଞ୍ଜନ ଦାଶ କହିଛନ୍ତି, ଘରୋଇ ସ୍କୁଲ ଗୁଡିକରେ ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି କୋଟାରେ ଆଡ଼ମିଶନ ଅନଲାଇନରେ କରାଯିବ । ଯାହାଦ୍ୱାରା ସ୍ୱଚ୍ଛତା ରହିପାରିବ । କିଛି ସ୍ଥାନରୁ ଆଡ଼ମିଶନ ସମ୍ପର୍କିତ ଅନିୟମିତତା ଆସିବା ପରେ ଏହି ନିଷ୍ପତ୍ତି ହୋଇଛି । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ ।

Leave A Reply

Your email address will not be published.