oom

ଉତ୍କଳ ସ୍ନେହୀ ମହିଳା ସମିତିର ସ୍ୱାସ୍ଥ୍ୟ ସଚେତନତା ଶିବିର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସ୍ନେହୀ ମହିଳା ସମିତି ଓ ଛେଣ୍ଡସ୍ଥିତ ସଞ୍ଜିଭିତ୍ ହେଲଥ୍ କେୟାର ସେଣ୍ଟରର ମିଳିତ ସହଯୋଗରେ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ହେଲଥ୍ କେୟାର ସେଣ୍ଟରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳାକୁ ମୁଖ୍ୟ ଅତିଥି ଡାକ୍ତର ପରମାନନ୍ଦ ରଥ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଜ୍ୟୋତିର୍ମୟ ଆଚାର୍ଯ୍ୟଙ୍କ ଭଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଇସ୍ପାତ ଜେନେରାଲ ହସ୍‌ପିଟାଲ୍‌ର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଶଲ୍ୟ ଚିକିତ୍ସକ ଡାକ୍ତର ଜି. ଏନ୍. ସାହୁ ଏବଂ ଇସ୍ପାତ ଜେନେରାଲ ହସ୍‌ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଡ଼ାକ୍ତର ପ୍ରତିଭା ଷଡ଼ଙ୍ଗୀ ବକ୍ତା ଭାବରେ ଯୋଗଦେଇ କହିଲେ ଯେ, ଆଧୁନିକ ଜୀବନ ଶୈଳୀ ଏବଂ ସଚେତନତା ଅଭାବରୁ ବର୍ତ୍ତମାନ ସମୟରେ ମହିଳାମାନଙ୍କ ମଧ୍ୟରେ ସ୍ତନ କର୍କଟ ଓ ଜରାୟୁ କର୍କଟ ବହୁଳ ଭାବରେ ବ୍ୟାପିବାରେ ଲାଗିଛି । ସେମାନେ କର୍କଟ ରୋଗ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରି ରୋଗର ଲକ୍ଷଣ ଓ ନିରାକରଣ ଉପରେ ସବିଶେଷ ଆଲୋକପାତ କରିଥିଲେ । ସଭା କାର୍ଯ୍ୟକୁ ମହିଳା ସମିତିର ବରିଷ୍ଠ ସଦସ୍ୟା ନମିତା ଆଚାର୍ଯ୍ୟ ପରିଚାଳନା କରିଥିଲେ । ମହିଳା ସମିତିର ଇନ୍ଦିରା ମହାନ୍ତି, ଗୀତା ମିଶ୍ର, ସୁପ୍ରିୟା ମହାନ୍ତି, ଗୀତା ସେନାପତି, ମଂଜୁ ମହାପାତ୍ର, ସୁଜାତା ପଟ୍ଟନାୟକ, ସିଷ୍ଟର ସନ୍ଧ୍ୟା, ବର୍ଷା, ପ୍ରଶାନ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବା ବେଳେ ଡା. ଶଶୀଭୂଷଣ ନେପାକ, ଜ୍ୟୋସ୍ନା ନେପାକ, ସବିତା ଦାସ, ଆଶାଲତା ସିଂ, ନିରୁପମା ପଣ୍ଡା, ମମତା ମୋହିନୀ, ସ୍ନେହଲତା ସାହୁ, ତପସ୍ୱିନୀ ପାତ୍ର, ମଂଜୁଳା ସାହୁ, ମଂଜୁଲତା ଦାସ ଓ ଗଜେନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମଞ୍ଜୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.