କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବଲାଙ୍ଗିର ଏଫ୍‌ସି ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋର୍ଟସ୍‌ ହଷ୍ଟେଲ ବଲାଙ୍ଗିର ଓ ଜଗନ୍ନାଥ ସ୍ପୋଟିଂ ଖଲିଆପାଲିର ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମରେ ଚାଲିଥିବା କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବଲାଙ୍ଗିର ଏଫ୍‌ସି ୨-୧ ଗୋଲରେ ବୌଦ୍ଧ ଆଇଆର୍‌ବିଏନ୍‌କୁ ହରାଇ ଚମ୍ପିୟାନ ହୋଇଛି । ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ନାରାୟଣ ବିଶ୍ୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସୁପ୍ରିମଟାକ୍ସ ରାଷ୍ଟ୍ରୀୟ ନିର୍ଦ୍ଦେଶକ ତଥା କଲେଜ ଅଫ୍‌ ନସିଂର ଚେୟାରମେନ ଅଜିତ ପାଲ ଯୋଗଦେଇ ବିଜେତା ବଲାଙ୍ଗିର ଏଫ୍‌ସିକୁ ଟ୍ରଫି ସହ ୧୦ହଜାର ଟଙ୍କା ଓ ଉପ-ବିଜେତା ବୌଦ୍ଧ ଆଇଆର୍‌ବିଏନ୍‌କୁ ଟ୍ରଫି ସହ ୭ହଜାର ଟଙ୍କା ପ୍ରଦାନ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ସଂପାଦକ ଅଭିମନ୍ୟୁ ପାଣ୍ଡେ, ସୁପ୍ରିମ ଟାକ୍ସ ଅତିରିକ୍ତ ନିର୍ଦ୍ଦେଶକ ପ୍ରବିଣ ନାଗ, ମ୍ୟାନେଜର ସତ୍ୟସୁନ୍ଦର ଦୀପ, ପୂର୍ବତନ ଖେଳାଳି ଶ୍ରୀଧର ସେଠ, ବିରେନ ସୁନା, ନିଳାଞ୍ଚଳ ପଧାନ ଓ ଓମ୍‌ ପ୍ରସାଦ ବିଶ୍ୱାଲ ମଂଚାସିନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ରେଫ୍‌ରି ଭାବେ ସଂଜିବ ମହାରଣା, ସୁଧାଂଶୁ ସେଠ, ପୁରୁଷୋତ୍ତମ ବୁଡେକ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ । ଶରତ କୁମାର ନନ୍ଦ ମ୍ୟାଚ୍‌ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ । ଅତିଥିଗଣ ପୂର୍ବତନ ଖେଳାଳି ନିଳାଞ୍ଚଳ ପ୍ରଧାନ, ଭରତ ଡାଙ୍ଗ, ଅନୁପ ସାଏ, ପୂର୍ବତନ କ୍ରୀଡା ଛାତ୍ର ତଥା ସନ୍ତୋଷ ଟ୍ରଫି ଖେଳାଳି ରଜକ କୁମାର ନାଗ, କହ୍ନେଇ ଗଡତ୍ୟା, ଗୟାଧର ନାଗ, ପ୍ରଶାନ୍ତ ପ୍ରଧାନ ଓ ଫଗ୍ନୁ ରାଏଙ୍କୁ ସମ୍ମାନିତ କରିଥିଲେ । ମିଥୁନ ଭୁକ୍ତା, ହିଟୁ ପାଣ୍ଡେ, ବିଷ୍ଣୁଦତ୍ତ ପୋଡ, ବାବୁଲାଲ ଭୋଇ, ଦେବାଶିଷ ପ୍ରଧାନ, ଚନ୍ଦନ ବାଗ, ଲିତୁ ବିଶ୍ୱାଲ, ଚୁଲବୁଲ ପାଣ୍ଡେ, ମୁନା ଭୋଇ, ସୁମନ ପ୍ରଧାନ, ପ୍ରତାପ ଭୋଇ, ଆଶିଷ ଗଡତ୍ୟା, ଆଶିଷ ବିଶ୍ୱାଲ, ସୁରେନ୍ଦ୍ର ପୋଡ, ସରୋଜ ପ୍ରଧାନ ପ୍ରମୁଖ କ୍ରୀଡା ଛାତ୍ରବାସ ଓ ଜଗନ୍ନାଥ ସ୍ପୋଟିଂର ସଭ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.